ମହାପ୍ରଭୁଙ୍କ ଆଶୀର୍ବାଦ ନେଲେ ନବେ ଦଶକର ବଳିଉଡ ସୁନ୍ଦରୀ ଯୁହି ଚାୱଲା

ମହାପ୍ରଭୁଙ୍କ ଆଶୀର୍ବାଦ ନେଲେ ନବେ ଦଶକର ବଳିଉଡ ସୁନ୍ଦରୀ ତଥା କୋଲକାତା ନାଇଟ ରାଇଡର୍ସର ସହ-ମାଲିକ ଯୁହି ଚାୱଲା । ଇଣ୍ଡିଆନ୍ ପ୍ରିମୀୟର ଲିଗ୍ ରେ କେ କେ ଆର୍ ର ଧମାକାଦାର ବିଜୟ ପାଇଁ ସେ ମହାପ୍ରଭୁଙ୍କୁ ଶ୍ରେୟ ଦେବା ସହ ବିଜୟ ପାଇଁ ମହାପ୍ରଭୁଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଏକାଦଶୀର ଦିନରେ ଦର୍ଶନ ସୌଭାଗ୍ୟ ପାଇ ସେ ନିଜକୁ ଭାଗ୍ୟବାନ ମନେ କରୁଛନ୍ତି ବୋଲି ପ୍ରତିକ୍ରିୟା ରଖିଛନ୍ତି । ଆଗାମୀ ଦିନରେ ମହାପ୍ରଭୁଙ୍କ ଆଶୀର୍ବାଦ ରହିଲେ ବହୁତ୍ କିଛି କରିବାର ଅଛି । ସମାଜ ପାଇଁ ଭଲ କାମ ସହ ଫିଲ୍ମ ରେ କାମ କରିବା ଜାରି ରଖିବେ ବୋଲି ସେ କହିଛନ୍ତି । ପୁଣି ଶ୍ରୀକ୍ଷେତ୍ର ଆସି ମହାପ୍ରଭୁଙ୍କ ଦର୍ଶନ କରିବାର ସୌଭାଗ୍ୟ ପ୍ରାପ୍ତ ହେବି ବୋଲି କହିଛନ୍ତି ୫୬ ବର୍ଷୀୟ ଅଭିନେତ୍ରୀ ଜୁହି ।