ଚଳିତ ବର୍ଷ ପୁନର୍ବାର ମହାପ୍ରଭୁଙ୍କ ନାଗାର୍ଜୁନ ବେଶ ପଡ଼ୁନି

ଚଳିତ ବର୍ଷ ପୁନର୍ବାର ମହାପ୍ରଭୁଙ୍କ ନାଗାର୍ଜୁନ ବେଶ ପଡ଼ୁନି

ଚଳିତ ବର୍ଷ ପୁନର୍ବାର ମହାପ୍ରଭୁଙ୍କ ନାଗାର୍ଜୁନ ବେଶ ପଡ଼ୁନି
ପୁରୀ: ଚଳିତ ବର୍ଷ ପୁନର୍ବାର ମହାପ୍ରଭୁଙ୍କ ନାଗାର୍ଜୁନ ବେଶ ପଡ଼ୁଥିବା ନେଇ ଯେଉଁ ବାଦବିବାଦ ଦେଖା ଦେଇଥିଲା, ତାହାର ଅନ୍ତ ଘଟିଛି । ପଞ୍ଜିକାରମାନଙ୍କୁ ନେଇ ଶ୍ରୀମନ୍ଦିରରେ ବର୍ଷକର ପର୍ବପର୍ବାଣୀ, ତିଥି ନକ୍ଷତ୍ର ଆଦି ଚୂଡାନ୍ତ ହୋଇଥିବା ବେଳେ ଚଳିତ ବର୍ଷ ପାଞ୍ଜିରେ ମହାପ୍ରଭୁଙ୍କ ନାଗାର୍ଜୁନ ବେଶ ପଡୁନଥିବା ଶ୍ରୀମନ୍ଦିର ପ୍ରଶାସନ ସ୍ପଷ୍ଟ କରିଛି । ବର୍ଷକର ପର୍ବପର୍ବାଣୀ, ତିଥି ନକ୍ଷତ୍ର ଆଦିକୁ ନେଇ ଶ୍ରୀମନ୍ଦିର ପ୍ରଶାସନ ପଞ୍ଜିକାରଙ୍କ ଏକ ସମନ୍ୱୟ ବୈଠକ ଡାକିଥିଲା । ବୈଠକରେ ଓଡ଼ିଶାର ବିଭିନ୍ନ ପାଞ୍ଜିର ପଞ୍ଜିକାରମାନେ ଯୋଗ ଦେଇଥିଲେ । ଶ୍ରୀମନ୍ଦିର ନୀତି ପ୍ରଶାସକଙ୍କ ସୂଚନା ମୁତାବକ, ବୈଠକରେ ରାଧାରମଣ ଓ କୋହିନୁର ପଞ୍ଜିିକାର ପଞ୍ଜିକାରମାନେ ପର୍ବପର୍ବାଣୀ ସମ୍ପର୍କିତ ତାଲିକା ଦେଇଥିଲେ । ସମନ୍ୱୟ ବୈଠକରେ ବିସ୍ତୃତ ସମୀକ୍ଷା କରାଯାଇଥିଲା । ସର୍ବସମ୍ମତି କ୍ରମେ ୨୦୨୧ ବର୍ଷ ପାଇଁ ଶ୍ରୀମନ୍ଦିରର ସମସ୍ତ ନୀତି ଓ ପର୍ବପର୍ବାଣୀ ଚୂଡାନ୍ତ ହୋଇଛି । ଚୂଡାନ୍ତ ପର୍ବପର୍ବାଣୀ ଓ ନୀତିରେ ଚଳିତ ବର୍ଷ ମହାପ୍ରଭୁଙ୍କ ନାଗାର୍ଜୁନ ବେଶ ପଡୁନଥିବା ସେ ସ୍ପଷ୍ଟ କରିଛନ୍ତି ।