ରାଜ୍ୟରେ ଆଉ ୨୪ ଘଣ୍ଟା ପର୍ଯ୍ୟନ୍ତ ଶୀତ ପ୍ରକୋପ

ରାଜ୍ୟରେ ଆଉ ୨୪ ଘଣ୍ଟା ପର୍ଯ୍ୟନ୍ତ ଶୀତ ପ୍ରକୋପ

ରାଜ୍ୟରେ ଆଉ ୨୪ ଘଣ୍ଟା ପର୍ଯ୍ୟନ୍ତ ଶୀତ  ପ୍ରକୋପ
ଭୁବନେଶ୍ୱର: ରାଜ୍ୟରେ ଆଉ ୨୪ ଘଣ୍ଟା ପର୍ଯ୍ୟନ୍ତ ଶୀତ ପ୍ରକୋପ ଅନୁଭୂତ ହେବ । ଏହା ପରେ ଧୀରେ ଧୀରେ ରାଜ୍ୟର ପାରଦ ନିମ୍ନଗାମୀ ହେବ । ତାପମାତ୍ରା ପ୍ରାୟ ୩ ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ଖସିଯିବ । ଫଳରେ ରାଜ୍ୟରୁ ଶୀତ ହଜିଯିବ ବୋଲି କହିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ସକାଳ ପର୍ଯ୍ରନ୍ତ ରାଜ୍ୟର ତିନି ଜିଲ୍ଲାରେ ପ୍ରବଳ ଶୀତ ଲହରି ପ୍ରବାହିତ ହେବ । ଉକ୍ତ ଜିଲ୍ଲାଗୁଡ଼ିକ ହେଲା କଳାହାଣ୍ଡି, କନ୍ଧମାଳ ଓ ନବରଙ୍ଗପୁର । ଏହି ତିନି ଜିଲ୍ଲା ପାଇଁ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଏଥିସହ ଏହି ଜିଲ୍ଲାବାସୀ ରାତିରେ ବାହାରକୁ ନ ବାହାରିବା, ବାଇକ ଓ ଖୋଲା ଗାଡ଼ିରେ ଯାତ୍ରା ନ କରିବା ତଥା ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି । ସ୍ୱତନ୍ତ୍ର ରିଲିଫ କମିସନର (ଏସଆରସି) ପ୍ରଦୀପ ଜେନା । ଏଥିସହ ପରିସ୍ଥିତି ଉପରେ ସତର୍କ ସୃଷ୍ଟି ରଖିବାକୁ କହିଛନ୍ତି । ନିରାଶ୍ରୟ ଓ ଯାଯାବରମାନଙ୍କ ପାଇଁ ସ୍କୁଲ, କମୁ୍ୟନିଟି ବିଲ୍ଡିଂ ଆଦି ଖୋଲା ରଖିବାକୁ ଏସଆରସି ଏହି ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ଚିଠି ଲେଖିଛନ୍ତି ।