ପୁଲିସ ଅଫିସର୍ସ ସଙ୍ଘର ସଭାପତି ସତ୍ୟଜିତ ମିଶ୍ର ନିଲମ୍ବିତ

ପୁଲିସ ଅଫିସର୍ସ ସଙ୍ଘର ସଭାପତି ସତ୍ୟଜିତ ମିଶ୍ର ନିଲମ୍ବିତ

ପୁଲିସ ଅଫିସର୍ସ ସଙ୍ଘର ସଭାପତି ସତ୍ୟଜିତ ମିଶ୍ର ନିଲମ୍ବିତ
କଟକ: ପୁଲିସ ପାଇଁ ସୁରକ୍ଷା ମାଗିବା ଜଣଙ୍କୁ ମହଙ୍ଗା ପଡ଼ିଛି । ପୁଲିସ ଅଫିସର୍ସ ସଙ୍ଘର ସଭାପତି ସତ୍ୟଜିତ ମିଶ୍ରଙ୍କୁ ସସପେଣ୍ଡ କରାଯାଇଛି । ଗତ ୨ଦିନ ତଳେ ସେ ପୁଲିସର ସୁରକ୍ଷା ପାଇଁ ସ୍ୱତନ୍ତ୍ର ଆଇନ ପ୍ରଣୟନ କରିବାକୁ ଦାବି କରିଥିଲେ ।ଗତ କିଛିଦିନ ତଳେ ବାଲିଆପାଳ ଥାନା ଆଇଆଇସିଙ୍କୁ ରାସ୍ତାରେ ମାଡ ହୋଇଥିଲା । ସେ ଏକ ନାବାଳକ ମୃତ୍ୟୁ ଖବର ପାଇ ଏକ ଢାବାକୁ ଯାଇଥିବାବେଳେ ସ୍ଥାନୀୟବାସୀଙ୍କ ଆକ୍ରୋଶର ଶିକାର ହୋଇଥିଲେ । ଏହାର ୨ଦିନ ପରେ ପୁଲିସ ଅଫିସର୍ସ ସଙ୍ଘର ସଭାପତି ସତ୍ୟଜିତ ମିଶ୍ର ଏକ ସାମ୍ବାଦିକ ସମ୍ମିଳନୀ କରି ପୁଲିସ କର୍ମଚାରୀଙ୍କ ସୁରକ୍ଷା ପାଇଁ ସ୍ୱତନ୍ତ୍ର ଆଇନ ଆଣିବାକୁ ଦାବି କରିଥିଲେ । ଯାହା ତାଙ୍କ ପାଇଁ ଅଡୁଆ ବଢାଇଥିଲା । ଅନେକ ବୁଦ୍ଧିଜୀବୀ ସତ୍ୟଜିତଙ୍କ ସାମ୍ବାଦିକ ସମ୍ମିଳନୀକୁ ନାପସନ୍ଦ କରିଥିଲେ । ତେବେ ଆଜି ତାଙ୍କୁ ସସପେଣ୍ଡ କରାଯାଇଥିବା ସୂଚନା ମିଳିଛି ।