ନକଲି କ୍ରାଇମବ୍ରାଞ୍ଚ ଏସ୍‌ପି ଗିରଫ

ନକଲି କ୍ରାଇମବ୍ରାଞ୍ଚ ଏସ୍‌ପି ଗିରଫ

ନକଲି କ୍ରାଇମବ୍ରାଞ୍ଚ ଏସ୍‌ପି ଗିରଫ
କଟକ: କଟକ ଚାଉଳିଆଗଞ୍ଜରୁ ଜଣେ ନକଲି ଏସ୍‌ପିଙ୍କୁ ଗିରଫ କରାଯାଇଛି । ସେ ହେଉଛି କାର୍ତ୍ତିକ ରାଉତରାୟ । ତା’ ନିକଟରୁ ୭ଟି ମୋବାଇଲ୍‌, ୨୧ଟି ସିମ୍ କାର୍ଡ, ୧୪ଟି ବ୍ୟାଙ୍କ୍ ପାସ୍‌ବୁକ୍ ଓ ୯ଟି ଚେକ୍ ବୁକ୍ ଜବତ ହୋଇଛି । ନିଜକୁ କ୍ରାଇମବ୍ରାଞ୍ଚର ଅତିରିକ୍ତ କହି ଲୋକଙ୍କଠାରୁ ଟଙ୍କା ନେଉଥିଲା ବୋଲି ଅଭିଯୋଗ ହୋଇଛି । କାର୍ତ୍ତିକ ଟଙ୍କା ରୋଜଗାର କରିବାକୁ ଏକ ଅଭିନବ ଉପାୟ ବାହାର କରିଥିଲା । ନିଜକୁ କ୍ରାଇମବ୍ରାଞ୍ଚ ଅତିରିକ୍ତ ଏସ୍‌ପି ବୋଲି ପରିଚୟ ଦେଇ ଲୋକଙ୍କଠାରୁ ଟଙ୍କା ହଡ଼ପ କରିଥିଲା । ଏ ନେଇ ଗତକାଲି ଚାଉଳିଆଗଞ୍ଜ ଥାନା ପୋଲିସ ଚଢ଼ଉ କରି କାର୍ତ୍ତିକକୁ ଗିରଫ କରି ପଚରାଉଚରା କରୁଛି ।