ଶ୍ରାବଣ ମାସରେ ଏମିତି କରନ୍ତୁ ମହାଦେବଙ୍କ ପୂଜା, ଆଶା କରିନଥିବା ଫଳ ମିଳିବ

ଶ୍ରାବଣ ମାସରେ ଏମିତି କରନ୍ତୁ ମହାଦେବଙ୍କ ପୂଜା, ଆଶା କରିନଥିବା ଫଳ ମିଳିବ

ଶ୍ରାବଣ ମାସରେ ଏମିତି କରନ୍ତୁ ମହାଦେବଙ୍କ ପୂଜା, ଆଶା କରିନଥିବା ଫଳ ମିଳିବ

ଶ୍ରାବଣ ମାସ ଚତୁର୍ମାସର ପ୍ରଥମ ମାସ ହୋଇଥାଏ । ଏହା ଭଗବାନ ଶିବଙ୍କୁ ଅର୍ପଣ କରାଯାଇଥାଏ । ତେଣୁ ଏହି ମାସରେ ମହାଦେବଙ୍କୁ ଧ୍ୟାନ କରିବା ସମୟରେ କିଛିି ବିଶେଷ ଜିନଷ ଉପରେ ଧ୍ୟାନ ଦେବାକୁ ପଡିଥାଏ । ଯେପରିକି ହିନ୍ଦୁ ଧର୍ମରେ ଅନେକ ପ୍ରକାର ବ୍ରତ ରହିଛି । କିନ୍ତୁ ଶ୍ରାବଣ ମାସରେ ରଖୁଥିବା ବ୍ରତରେ ଅନେକ ମହତ୍ୱ ରହିଥାଏ । ଏହା ଦ୍ୱାରା ପୁଣ୍ୟ ଅର୍ଜନ ହୋଇଥାଏ । ଏହି ମାସରେ ଭଗବାନ ଶିବଙ୍କୁ ପୂଜା କଲେ ମହାଦେବ ଶୀଘ୍ର ପ୍ରସନ୍ନ ହୋଇଥାନ୍ତି । ବିବାହ ସମସ୍ୟା ଦେଖାଗଲେ ଏହି ମାସରେ ଶିବଙ୍କ ପୂଜା କଲେ ଭଗବାନ ଶୀଘ୍ର ପ୍ରସନ୍ନ ହୋଇଥାନ୍ତି । ସୋମବାର ଭଗବାନ ଶିବଙ୍କ ଜନ୍ମଦିନ ହୋଇଥିବାରୁ ଶ୍ରାବଣ ସୋମବାରର ଅନେକ ମହତ୍ୱ ରହିଛି । ଏହି ଦିନ ଭଗବାନ ଶିବଙ୍କ ପାଇଁ ବ୍ରତ ରଖିବା ଜରୁରୀ ଅଟେ । ଶିବପୁରାଣ ଅନୁଯାୟୀ, ଏହି ଦିନ ସମସ୍ତ ନିୟମ ମାନି ମାନସିକ କରି ପୂଜା କଲେ ସମସ୍ତ ମନସ୍କାମନା ପୂର୍ଣ୍ଣ ହୋଇଥାଏ । ଏହି ମାସରେ ଶ୍ରାବଣ ନକ୍ଷତ୍ର ଓ ସୋମବାର ଏହି ଦୁଇଟି ଦିନ ସହ ଭଗବାନ ଶଙ୍କରଙ୍କ ଅତି ନିବିଡ ସମ୍ପର୍କ ରହିଛି । ବିଶ୍ୱାସ ରହିଛିଯେ, ଯେବେ ସମୁଦ୍ର ମନ୍ଥନରୁ ବିଷ ଉପôନ୍ନ ହୋଇଥିଲା ସେତେବେଳେ ଭୋଳାନାଥ ବିଷପାନ କରିଥିଲା । ତାଙ୍କ ତାପକୁ ଶାନ୍ତ କରିବା ପାଇଁ ଦେବତାମାନେ ତାଙ୍କ ଉପରେ ଏହି ମାସରେ ଜଳାଭିଷେକ କରିଥିଲେ । ତେଣୁ ଶ୍ରାବଣ ମାସରେ ଶିବଲିଙ୍ଗ, ଜ୍ୟୋତିର୍ଲିଙ୍ଗ ସମେତ ଜଳାଭିଷେକ ଏବଂ ଅଶ୍ୱମେଧ ଯଜ୍ଞ କଲେ ଅନେକ ଲାଭ ଫଳ ପାଇବେ ଓ ଭଗବାନଙ୍କ ସାନ୍ନିଧ୍ୟ ଅର୍ଜନ କରିବେ ।