ପ୍ରବାସୀ ଓଡିଆଙ୍କ ଦ୍ୱାରା ସାଉଦିଆରବରେ ଉତ୍କଳ ଦିବସ ପାଳିତ

ପ୍ରବାସୀ ଓଡିଆଙ୍କ ଦ୍ୱାରା ସାଉଦିଆରବରେ ଉତ୍କଳ ଦିବସ ପାଳିତ

ପ୍ରବାସୀ ଓଡିଆଙ୍କ ଦ୍ୱାରା ସାଉଦିଆରବରେ ଉତ୍କଳ ଦିବସ ପାଳିତ
ସାଉଦିଆରବ : ସାଉଦିଆରବରେ ରହୁଥିବା ପ୍ରବାସୀ ଓଡିଆ ମାନଙ୍କ ସଙ୍ଗଠନ କଳିଙ୍ଗାନ କେଏସଏ ତରଫରୁ ଗତ ଏପ୍ରିଲ ୧୨ ତାରିଖ ଦିନ ଉତ୍କଳ ଦିବସ ବହୁତ ଆଡମ୍ବର ସହ ଦମାମ ସହରରେ ପାଳିତ ହୋଇଯାଇଛି । ଏହି ସମାରୋହରେ ଅନୁନ୍ୟ ୩୦୦ ଓଡିଆ ପରିବାର ଯୋଗଦାନ କରି ଥିଲେ । ଓଡିଆ ଶିଳ୍ପପତି ASMACS ଗ୍ରୁପ ଚେୟାରମ୍ୟାନ ଡକ୍ଟର ଦେବ ମହାନ୍ତି ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିଲେ । ଓଡିଆ ଚଳଚ୍ଚିତ୍ର ଜଗତର ଚିତ୍ରତାରକା ଶ୍ରୀଯୁକ୍ତ ଜ୍ୟୋତିରଞ୍ଜନ ନାୟକ ସମ୍ମାନୀତ ଅତିଥି ଭାବେ ଯୋଗଦାନ କରିଥିଲେ । ସମାରୋହର ଶୁଭାରମ୍ଭ ଦୀପ ପ୍ରଜ୍ୱଳନ ଏବଂ ପରେ ପରେ ବନ୍ଦେ ଉତ୍କଳ ଜନନୀର ଗାନ ସହିତ ହୋଇଥିଲା । ଓଡିଶୀ ନୃତ୍ୟ , ସଙ୍ଗୀତ, ଖାଦ୍ୟ ଇତ୍ୟାଦି ସମାବେଶର ମୁଖ୍ୟ ଆକର୍ଷଣ ଥିଲା ।ଏହି ଅବସରରେ ସଂଗଠନର ବାର୍ଷିକ ମୁଖ୍ୟପତ୍ର , “କଳିଙ୍ଗାନ ୨୦୧୯”ର ଉନ୍ମଚୋନ ମଧ୍ୟ ହୋଇଥିଲା । ଡକ୍ଟର ଦେବ ମହାନ୍ତି, ସାଉଦିଆରବ ର ପରିବର୍ତିତ ସାମାଜିକ ଓ ସାଂସ୍କୃତିକ ପରିବେଶ ମଧ୍ୟରେ କଳିଙ୍ଗାନ କେଏସଏ ର ଓଡିଆ ସଂସ୍କୃତିର ପ୍ରସାର କରିବାର ପ୍ରଚେଷ୍ଟା କୁ ଉଚ୍ଚ ପ୍ରଶଂସା କରିଥିଲେ । ବିଦେଶ ରେ ରହି ମଧ୍ୟ ସଦସ୍ୟ ମାନଙ୍କ ଓଡିଶା ପ୍ରତି ପ୍ରେମ ଭାବନାକୁ ଦେଖି ଚିତ୍ରତାରକା ଜ୍ୟୋତିରଞ୍ଜନ ଭାବବିହ୍ୱଳ ହୋଇ ଯାଇଥିଲେ । ଏହି କାର୍ଯ୍ୟକ୍ରମକୁ ସମିତି ର ସଦସ୍ୟ ଶେଖ ଶରାଫତ, ସନ୍ତୋଷ ଦାସ, ଜ୍ୟୋତିର୍ମୟ ଦାଶ, ପ୍ରୀତମ ମହାନ୍ତି, ରଞ୍ଜନ ରଥ ପ୍ରମୁଖ ସୁଚାରୁ ରୂପେ ପରିଚାଳନା କରିଥିଲେ ।