ବିଶ୍ୱ ସାଂସ୍କୃତିକ ବିବିଧତା ଦିବସ
ବିଶ୍ୱ ସାଂସ୍କୃତିକ ବିବିଧତା ଦିବସ
admin
May 21, 2019 - 09:43
Updated: May 21, 2019 - 09:43
ଜାତି ସଂଘ ଆନୁକୂଲ୍ୟରେ ପ୍ରତି ବର୍ଷ ମେ ୨୧ରେ ପାଳନ କରାଯାଉଛି ବିଶ୍ୱ ସାଂସ୍କୃତିକ ବିବିଧତା ଦିବସ । ଭିନ୍ନ ଭିନ୍ନ ସଂମ୍ପର୍କକୁ ବୁଝିବା ଓ ସମ୍ମାନ ଦେବା , ସମନ୍ୱୟ ରକ୍ଷା କରିବା ଏବଂ ବିକାଶ ପାଇଁ ଉଦ୍ୟମ କରିବା ଏହି ଦିବସ ପାଳନର ଲକ୍ଷ୍ୟ । ବିବିଧତା ମଧ୍ୟରେ ଏକତ୍ର ସହାବସ୍ଥାନ ବା ଏକତାକୁ ଗୁରୁତ୍ୱ ଦେବା ଆମ ସମସ୍ତଙ୍କର ସମାଜିକ-ରାଜନୈତିକ-ମାନବିକ ଦାୟିତ୍ୱ । ଧାର୍ମିକ ଓ ସାଂସ୍କୃତିକ ଅସହିଷ୍ଣୁତା ଏକ ମଧ୍ୟ ଯୁଗୀୟ ବିକୃତ ଚିନ୍ତାଧାରା, ଯାହା ଏବେ ବି ଭିନ୍ନ ଭିନ୍ନ ରୂପରେ ବିଶ୍ୱର ଅଧିକାଂଶ ଅଂଚଳରେ ତିଷ୍ଠି ରହିଛି ।
୨୦୦୧ ମାର୍ଚ୍ଚରେ ତାଲିବାନ ମାନେ ଅମାନବୀୟ ଅସହିଷ୍ଣୁତା ଓ ବର୍ବରତା ଦେଖାଇ ଅଫଗାନିସ୍ତାନର ବାମିୟାନରେ ଥିବା ସୁବିଶାଳ ପ୍ରସ୍ତର ବୁଦ୍ଧ ପ୍ରତିମା ଧ୍ୱଂସ କରିଥିଲେ । ଏହାଥିଲା ସେମାନଙ୍କର ସାଂସ୍କୃତିକ ଧାର୍ମିକ ଅସହିଷ୍ଣୁତାର ଚରମ ନିଦର୍ଶନ । ମୁଲ୍ଲା ମୁହମ୍ମଦ ଉମରଙ୍କ ନିର୍ଦେଶରେ ପ୍ରଥମେ ପ୍ରତିମା ଉପରକୁ କ୍ରମାଗତ ଭାବେ ଗୁଳି ଚଳାଇଥିଲେ । ତାହା ପରେ ବିମାନ ବିଧ୍ୱଂସ ବନ୍ଧୁକରୁ ଗୋଳା । ଶେଷରେ ଟ୍ୟାଙ୍କ ବିଧ୍ୱଂସୀ ବିସ୍ପୋରକ ବ୍ୟବହାର କରାଯାଇଥିଲା । ଯାହା ନିନ୍ଦନୀୟ ଘଟଣା, ସାରା ବିଶ୍ୱର ଦୃଷ୍ଟି ଆକର୍ଷିତ କରିଥିଲା ଏବଂ ସାଂସ୍କୃତିକ ସଂହତି ଲାଗି ଏକ ଦିବସ ପାଳିବା ପାଇଁ ଜାତି ସଂଘ କର୍ତୁପକ୍ଷ ନିଷ୍ପତି ନେଇଥିଲେ ।