ମୁଲାୟମ, ଅଖିଳେଶଙ୍କୁ କ୍ଲିନଚିଟ୍‌

ମୁଲାୟମ, ଅଖିଳେଶଙ୍କୁ କ୍ଲିନଚିଟ୍‌

ମୁଲାୟମ, ଅଖିଳେଶଙ୍କୁ କ୍ଲିନଚିଟ୍‌
ନୂଆଦିଲ୍ଲୀ : ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଛନ୍ଦି ହୋଇପଡିଥିବା ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ମୁଲାୟମ ସିଂ ଯାଦବ ଏବଂ ତାଙ୍କ ପୁଅ ଅଖିଳେଶ ଯାଦବଙ୍କ ସିବିଆଇ ପକ୍ଷରୁ ଆଶ୍ୱସ୍ତି ମିଳିଛି। ଏହି ମାମଲାରେ ଉଭୟଙ୍କୁ କ୍ଲିନଚିଟ୍‌ ଦେଇଛି ସିବିଆଇ। କେସ୍‌ ରେଜିଷ୍ଟର ପାଇଁ ମୁଲାୟମ ଏବଂ ଅଖିଳେଶଙ୍କ ନାଁରେ କୌଣସି ପ୍ରମାଣ ନାହିଁ ବୋଲି ସିବିଆଇ ସୁପ୍ରିମକୋର୍ଟକୁ ଜଣାଇଦେଇଛି। ସୂଚନାଯୋଗ୍ୟ, ୨୦୦୭ରେ ମୁଲାୟମ ସିଂ ଯାଦବ ଏବଂ ଅଖିଳେଶ ଯାଦବଙ୍କ ନାଁରେ ଆସିଥିବା ଆୟରୁ ଅଧିକ ସମ୍ପତ୍ତି ଠୁଳ ଅଭିଯୋଗର ଯାଞ୍ଚ ପାଇଁ ସୁପ୍ରିମକୋର୍ଟ ସିବିଆଇକୁ ନିର୍ଦ୍ଦେଶ ଦେଇଥିଲେ।