ଭାଙ୍ଗିଲା ପରମ୍ପରା, ବନ୍ଦ ହେଲା ଦଣ୍ଡଯାତ୍ରା

ଭାଙ୍ଗିଲା ପରମ୍ପରା, ବନ୍ଦ ହେଲା ଦଣ୍ଡଯାତ୍ରା

ଭାଙ୍ଗିଲା ପରମ୍ପରା, ବନ୍ଦ ହେଲା ଦଣ୍ଡଯାତ୍ରା
ଗଞ୍ଜାମ ଜିଲ୍ଲାରେ କଳା ଓ ସଂସ୍କୃତିର ପରିଚୟ ତଥା ନିଷ୍ଠା ଓ ଭକ୍ତିର ଅନନ୍ୟ ପରମ୍ପରା ଦଣ୍ଡଯାତ୍ରା ହୋଇଥାଏ । ଶହ ଶହ ବର୍ଷର ପାରମ୍ପରିକ ଧାରାକୁ ଏ ବର୍ଷ ବାଟ ଓଗାଳିଛି ମହାମାରୀ କରୋନା। ବିଶ୍ବବ୍ୟାପୀ ହାହାକାର ସୃଷ୍ଟି କରିଥିବା କରୋନା ସଂକ୍ରମଣ ଆଶଙ୍କାକୁ ଆଖି ଆଗରେ ରଖି ଚଳିତ ବର୍ଷ ଦଣ୍ଡଯାତ୍ରା ଉପରେ ଜିଲ୍ଲା ପ୍ରଶାସନ ରୋକ୍ ଲଗାଇଛି। ଉଲ୍ଲଂଘନ କଲେ କାର୍ଯ୍ୟାନୁଷ୍ଠାନ ପାଇଁ ଚେତାବନୀ ଦିଆ ଯାଇଥିଲା। ତଥାପି କିଛି ଅଞ୍ଚଳରେ କଟକଣା ନ ମାନି ଯାତ୍ରା ବାହାର କରିଥିବା ଦଣ୍ଡନାଟ ଦଳ ଉପରେ ଆଇନଗତ କାର୍ଯ୍ୟାନୁଷ୍ଠାନ ହୋଇଛି। ହେଲେ ଦଣ୍ଡଯାତ୍ରା ବନ୍ଦ ଯୋଗୁଁ ଗଞ୍ଜାମ ଜିଲ୍ଲାର ଶତାଧିକ କଳାକାର ଓ ଚିତ୍ରାଳୟ ସେମାନଙ୍କ ରୋଜଗାର ହରାଇଛନ୍ତି। ଆଉ ଯାତ୍ରା କମିଟି ସଦସ୍ୟ ମାନେ ଲକ୍ଷାଧିକ ଟଙ୍କାର କ୍ଷତି ମୁଣ୍ଡାଇଛନ୍ତି। ଚଳିତବର୍ଷ ନାଟକ ଅଭ୍ୟାସ ସରିଥିବା ସହ କମିଟି ପକ୍ଷରୁ ଚିତ୍ରାଳୟଠାରୁ ଆରମ୍ଭ କରି ଓ ଜିଲ୍ଲା ବାହାର ସଙ୍ଗୀତ ଗ୍ରୁପ୍ ପର୍ଯ୍ୟନ୍ତ ସମସ୍ତଙ୍କୁ ଅଗ୍ରିମ ଟଙ୍କା ଦିଆ ଯାଇଥିଲା। ଏହି ଟଙ୍କା କେମିତି ଫେରି ପାଇବେ ଏଥିପାଇଁ ସମସ୍ତଙ୍କ ଘାରିଛି ଚିନ୍ତା ।