ଆଜି ଭାରତର ‘ସମ୍ବିଧାନ ଦିବସ’

ଆଜି ଭାରତର ‘ସମ୍ବିଧାନ ଦିବସ’

ଆଜି ଭାରତର ‘ସମ୍ବିଧାନ ଦିବସ’
ଆଜି ଭାରତର ‘ସମ୍ବିଧାନ ଦିବସ’ । ୧୯୪୯ ନଭେମ୍ବୀ ୨୬ ତାରିଖରେ ‘ସମ୍ବିଧାନ ସଭା’ ଦ୍ୱାରା ଆମ ସମ୍ବିଧାନ ଗୃହୀତ ହୋଇଥିଲା । ୨୦୧୫ ରେ ଭାରତୀୟ ସମ୍ବିଧାନ ଜନକ’ ବାବାସାହେବ ଭୀମରାୱ ରାମଜୀ ଆମ୍ବେଡକରଙ୍କ ଶହେ ପଚିଶତମ ଜୟନ୍ତୀ ପାଳନ ଅବସରରେ ପ୍ରଥମ ଥର ପାଇଁ ‘ସମ୍ବିଧାନ ଦିବସ’ ପାଳନ କରାଯାଇଥିଲା । ୧୧ ଅକ୍ଟୋବର ୨୦୧୫ ରେ ମୁମ୍ବାଇରେ ଇନ୍ଦୁ ମିଲସ ପରିସରରେ ‘ବିଆର୍ ଆମ୍ବେଡକର ମେମୋରିଆଲ’ ର ଭିତ୍ତିପ୍ରସ୍ତର ସ୍ଥାପନ ବେଳେ ପ୍ରଧାନମନ୍ତ୍ରୀ ଏହି ଦିବସ ପାଳନ ସମ୍ପର୍କରେ ଘୋଷଣା କରିଥିଲେ । ତାଙ୍କ ଘୋଷଣାକୁ ବିଭିନ୍ନ ମହଲରେ ସ୍ୱାଗତ କରାଯାଇଥିଲା । ୧୯ ନଭେମ୍ବରରେ ଏଥିପାଇଁ ଗେଜେଟ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ଏହି ଦିବସ ପାଳନ ଅବସରରେ ବିଦ୍ୟାଳୟ, ମହାବିଦ୍ୟାଳୟ ସ୍ତରରେ ସଂସଦ ଓ ସମ୍ବିଧାନ ସମ୍ପର୍କିତ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି । ମୁଖ୍ୟତଃ ଆଗାମୀ ପିଢ଼ିକୁ ସମ୍ବିଧାନ ବାବଦରେ ଅଧିକରୁ ଅଧିକ ଜ୍ଞାନବନ୍ତ କରିବା, ଏହି ଦିବସ ପାଳନର ଲକ୍ଷ୍ୟ ।