ଶ୍ରୀ ରାମେଶ୍ୱର ମନ୍ଦିର ଓ଼ଲ୍ଡ ଟାଉନ, ଭୁବନେଶ୍ୱର

ଶ୍ରୀ ରାମେଶ୍ୱର ମନ୍ଦିର ଓ଼ଲ୍ଡ ଟାଉନ, ଭୁବନେଶ୍ୱର
ଶ୍ରୀ ରାମେଶ୍ୱର ଶିବଲିଙ୍ଗ ପ୍ରଭୁ ଶ୍ରୀରାମ ସ୍ଥାପନ କରିଥିଲେ l ସେହିସ୍ଥାନରେ ଖ୍ରୀଷ୍ଟିୟ ନବମ ଦଶମ ଶତାବ୍ଦୀ ବେଳକୁ ସୋମବଂଶୀ ରାଜାମାନେ କଳିଙ୍ଗ ସ୍ଥାପତ୍ୟ ଶୈଳୀରେ ବର୍ତ୍ତମାନ ର ମନ୍ଦିର ଟିକୁ ନିର୍ମାଣ କରାଇଥିଲେ l ଏହି କଳା ମୁଗୁନି ପଥର ସ୍ବୟମ୍ଭୁ ଲିଙ୍ଗ ସହିତ ବୃହଦାକାର ଶକ୍ତି, ଓ ପାର୍ଶ୍ଵ ଦେବତା ରୂପେ ମା ପାର୍ବତୀ, ଗଣେଶ ଓ କାର୍ତ୍ତିକେୟ ଅଛନ୍ତି l ମନ୍ଦିର ଜଗମୋହନ ଟି ମୂଖ୍ୟ ମନ୍ଦିର କୁ ଲାଗି ନାହିଁ, ଏହା ପୃଥକ ଭାବରେ ନିର୍ମିତ l ସମ୍ଭବତଃ ଏହା ପରବର୍ତ୍ତୀ ସମୟରେ ନିର୍ମିତ l ରାସ୍ତାର ଅପର ପାର୍ଶ୍ୱରେ ଲକ୍ଷ୍ମଣେଶ୍ୱର, ଭରତେଶ୍ୱର ଓ ଶତ୍ରୁଘ୍ନେଶ୍ୱର ଙ୍କର ତିନୋଟି ପ୍ରାଚୀନ ମନ୍ଦିର ରହିଛି l ଅଶୋକlଷ୍ଟମୀ ତିଥିରେ ପ୍ରଭୁ ଲିଙ୍ଗରାଜ ଙ୍କର ଚଳନ୍ତି ପ୍ରତିମା ଚନ୍ଦ୍ରଶେଖର ଏଠାକୁ ରୁକୁଣା ରଥରେ ଆସନ୍ତି l ରାମେଶ୍ୱର ଙ୍କ ମନ୍ଦିର ଲିଙ୍ଗରାଜ ଙ୍କର ମାଉସୀମା ମନ୍ଦିର l ଏଠାରେ ଚାରିଦିନ ଅବସ୍ଥାନ କରି ପୁନଶ୍ଚ ଠାକୁର ଲିଙ୍ଗରାଜ ମନ୍ଦିର କୁ ପ୍ରତ୍ୟାବର୍ତ୍ତନ କରନ୍ତି l ଲିଙ୍ଗରାଜ ମନ୍ଦିର ର ସମସ୍ତ ରୀତିନୀତି ରାମେଶ୍ୱର ଙ୍କ ମନ୍ଦିର ରେ ସମାନ ଭାବରେ ପାଳିତ ହୁଏ l