ଏଥର ବାଲିଯାତ୍ରା ହେବ ପ୍ଲାଷ୍ଟିକ୍‌ ମୁକ୍ତ

ଏଥର ବାଲିଯାତ୍ରା ହେବ ପ୍ଲାଷ୍ଟିକ୍‌ ମୁକ୍ତ

ଏଥର ବାଲିଯାତ୍ରା ହେବ ପ୍ଲାଷ୍ଟିକ୍‌ ମୁକ୍ତ
କଟକ: ନଭେମ୍ବର ୧୨ରେ ଅନୁଷ୍ଠିତ ହେବ ଐତିହାସିକ କଟକ ବାଲିଯାତ୍ରା। ଏଥିପାଇଁ ଉଭୟ ଜିଲ୍ଲା ପ୍ରଶାସନ ଏବଂ ସିଏମସି ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ଏଥର ପ୍ଲାଷ୍ଟିକ ମୁକ୍ତ ବାଲିଯାତ୍ରା ହେବ ବୋଲି ସୂଚନା ରହିଛି।। ସମସ୍ତ ବ୍ୟବସାୟୀଙ୍କୁ ପରିଚୟପତ୍ର ମିଳିବ। ତେଣୁ। ବାଲିଯାତ୍ରାର ଉଭୟ ତଳ ଏବଂ ଉପର ପଡ଼ିଆ ସଫେଇ କାମ ସହ ବିଦ୍ୟୁତ୍ ସଂଯୋଗ କାମ ମଧ୍ୟ ଆରମ୍ଭ ହୋଇଯାଇଛି। ଅନ୍ୟପକ୍ଷରେ ବାଲିଯାତ୍ରା ପ୍ଲଟ୍ ଆବଣ୍ଟନ ସମୟରେ ଉଭୟ ନୂଆ ଏବଂ ପୁରୁଣା ବ୍ୟବସାୟୀଙ୍କୁ ପ୍ଲାଷ୍ଟିକ୍ ବ୍ୟବହାର ସମ୍ପୂର୍ଣ୍ଣ ବର୍ଜନ କରିବାକୁ କୁହାଯିବ ବୋଲି ଜିଲ୍ଲାପାଳ କହିଛନ୍ତି। ଏଥିସହ ଏନଜିଟି ଗାଇଡ଼ ଲାଇନ ଅନୁସାରେ ପ୍ଲଟ୍ ଆବଣ୍ଟନ କରାଯିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି। ଅସ୍ଥାୟୀ ଟଏଲେଟ୍ ବ୍ୟବସ୍ଥା ସହ ନଦୀକୂଳ ସମେତ ସମ୍ପୂର୍ଣ୍ଣ ପଡ଼ିଆକୁ ବାଲିଯାତ୍ରା ସମୟରେ ଦୁଇଟି ସିଫ୍ଟରେ ସଫା କରାଯିବ। ତା’ସହ ବାସି ଖାଦ୍ୟ ନଷ୍ଟ ନିମନ୍ତେ ସ୍ୱତନ୍ତ୍ର ଦୁଇଟି ଟିମ୍ ରହିବେ ବୋଲି ସିଏମ୍‌ସି କମିଶନର ସୂଚନା ଦେଇଛନ୍ତି।