ହାତ ଟେକିଦେଲେ ସୁର

ହାତ ଟେକିଦେଲେ ସୁର

ହାତ ଟେକିଦେଲେ ସୁର
ଭୁବନେଶ୍ୱର: ଆସନ୍ତା ୨୧ ତାରିଖ ଦିନ ବିଜେପୁର ଫାଇଟ । କଂଗ୍ରେସ ପକ୍ଷରୁ ଦିଲ୍ଲୀପ ପଣ୍ଡା, ବିଜେପି ପକ୍ଷରୁ ସନତ ଗଡ଼ତିଆ ଓ ବିଜେଡି ପକ୍ଷରୁ ରୀତା ସାହୁଙ୍କୁ ପ୍ରାର୍ଥୀ କରାଯାଇଛି । ବିଜେପୁର ଉପନିର୍ବାଚନକୁ ନେଇ ରାଜନୀତି ସରଗରମ ହେବାରେ ଲାଗିଛି । ତେବେ ବିଜେପୁର ଯୁଦ୍ଧ ପୁର୍ବରୁ କଂଗ୍ରେସ ପୋରକ୍ଷରେ ହାର ମାନିନେଇଛି । ଭୋଟ ପୂର୍ବରୁ କଂଗ୍ରେସ ବିଧାୟକ ତଥା ବରିଷ୍ଠ ନେତା ସୁର ରାଉତରାୟ ହାତ ଟେକି ଦେଇଛନ୍ତି । ବିଜେପୁରରେ କଂଗ୍ରେସ ଜିତିବା ଭଳି ଲାଗୁନଥିବା ସେ ନିଜ ମୁହଁରେ ସ୍ୱୀକାର କରିଛନ୍ତି । ସେ କହିଛନ୍ତି ଯେ, ମୁଁ ଏଠି ୩/୪ ଦିନ ହେଲା ବୁଲୁଛି, ପ୍ରଚାର କରୁଛି । ଏବେ ପୂରା ନବୀନ ପଟ୍ଟନାୟକଙ୍କ ଜମାନା ଚାଲିଛି । ଏଠି ସେ ଯେତିକି ପତକା ଲଗାଇଛନ୍ତି, ଆମେ ୭ ଜନ୍ମରେ ପାରିବୁନି । ଯେମିତି ପୋଷ୍ଟର ମାରିଛନ୍ତି, ଆମେ ୨୦ ଜନ୍ମରେ ଦେଖିବୁନି । ସବୁ ପଇଯା ଏବେ ମୋଦୀ ଓ ନବୀନଙ୍କ ପାଖରେ । କଂଗ୍ରେସ ଏକଦମ ଶୁଖିଲା । ଏଭଳିସ୍ଥିତିରେ ମୋତେ କାହିଁ ଜିତିବା ଭଳି ଲାଗୁନାହିଁ । ବିନା ପଇସାରେ କଣ କିଛି ହେଲାଣି, ଭୋଟ ମିଳିଲାଣି । କଂଗ୍ରେସ ପାଖରେ ବିଲକୁଲ ପଇସା ନାହିଁ,ଭୋଟ କଣ ପାଇବୁ ବୋଲି ସୁର ରାଉତରାୟ କହିଛନ୍ତି । ଏହାଛଡ଼ା ଆମେ ଏଠାରେ ହାରିଯିବୁ, କାହିଁକି ବଡ଼ ବଡ଼ କଥା କହିବୁ । ନବୀନଙ୍କ ବେଳା ପଡ଼ିଛି, ସେ ମହାଶୂନ୍ୟରେ ୫ଥର ମୁଖ୍ୟମନ୍ତ୍ରୀ ହୋଇଥିବା ସେ କହିଛନ୍ତି ।