ନିୟମ ଭିତରେ ଐତିହ୍ୟସ୍ଥଳୀର ବିକାଶ ହେଉ : ଅପରାଜିତା
ନିୟମ ଭିତରେ ଐତିହ୍ୟସ୍ଥଳୀର ବିକାଶ ହେଉ : ଅପରାଜିତା
admin
Feb 19, 2021 - 06:53
Updated: Feb 19, 2021 - 06:53
ଭୁବନେଶ୍ୱର: ନିଷିଦ୍ଧାଞ୍ଚଳ ଓ ନିୟନ୍ତ୍ରିତ ଅଞ୍ଚଳରେ ପ୍ରକଳ୍ପ ପୂର୍ବରୁ ଓଡ଼ିଶା ସରକାର ଅନୁମତି ନିଅନ୍ତୁ । ଏନଏମଏ କିମ୍ବା ଏସଆଇଙ୍କ ଠାରୁ ଓଡ଼ିଶା ସରକାର ଅନୁମତି ନେବା ଦରକାର ବୋଲି ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ କହିଛନ୍ତି । ଐତିହ୍ୟସ୍ଥଳୀର ଉନ୍ନତୀକରଣ ପ୍ରସଙ୍ଗରେ ଅପରାଜିତା ଟ୍ୱିଟ କରି ଏଭଳି କହିଛନ୍ତି ।
ସେ କହିଛନ୍ତି ଯେ, ସମସ୍ତ ଐତିହ୍ୟସ୍ଥଳୀର ବିକାଶ ହେଉ । କିନ୍ତୁ ନିୟମ ଅନୁଯାୟୀ ହେଉ । ଏଏମଏସଏଆର ଆକ୍ଟ-୧୯୫୮ ଏବେ ସୁଦ୍ଧା ବଳବତ୍ତର ଏବଂ ସର୍ବମାନ୍ୟ । ନିଷିଦ୍ଧାଞ୍ଚଳ ଓ ନିୟନ୍ତ୍ରିତ ଅଞ୍ଚଳରେ ପ୍ରକଳ୍ପ ପୂର୍ବରୁ ଓଡ଼ିଶା ସରକାର ଏନଏମଏ କିମ୍ବା ଏସଆଇଙ୍କ ଠାରୁ ଅନୁମତି ନିଅନ୍ତୁ । ବାଇ-ଲ ପ୍ରତ୍ୟାହାର କିମ୍ବା ସ୍ଥଗିତ ଦ୍ୱାରା କିଛି ସୁଫଳ ମିଳିବ ନାହିଁ ବୋଲି ଅପରାଜିତା ଷଡ଼ଙ୍ଗୀ କହିଛନ୍ତି ।