ଅଧିବେଶନର ଆରମ୍ଭରୁ ହଟ୍ଟଗୋଳ

ଅଧିବେଶନର ଆରମ୍ଭରୁ ହଟ୍ଟଗୋଳ

ଅଧିବେଶନର ଆରମ୍ଭରୁ ହଟ୍ଟଗୋଳ
ଭୁବନେଶ୍ୱର: ବଜେଟ୍‍ ଅଧିବେଶନର ଦ୍ୱିତୀୟ ଦିନରେ ପୁଣି ଗୃହ ମୁଲତବୀ। ଶୁକ୍ରବାର ଅଧିବେଶନ ଆରମ୍ଭ ହେଉ ହେଉ ବିଭିନ୍ନ ପ୍ରସଙ୍ଗ ନେଇ ବିରୋଧୀ ପ୍ରବଳ ହଟ୍ଟଗୋଳ କରିବାରୁ ଦିନ ୧୧.୩୦ ଯାଏଁ ଗୃହକଚ ମୁଲତବୀ ଘୋଷଣା କଲେ ବାଚସ୍ପତି ସୂର୍ୟ୍ୟ ନାରାୟଣ ପାତ୍ର। ଚାଷୀଙ୍କ ସମସ୍ୟା ସହ ଧାନ ମଣ୍ଡି ଅବ୍ୟବସ୍ଥାକୁ ନେଇ ବିଧାନସଭାରେ ହୋହାଲ୍ଲା ଓ ନାରବାଜି ହେବା ସହ ଉଭୟ କଂଗ୍ରେସ ଓ ବିଜେପିର ସଦସ୍ୟମାନଙ୍କ ପ୍ରତିବାଦ ପାଇଁ ଗୃହ ମୁଲତବୀ ରହିଛି। ପ୍ରକାଶ ଯେ, ଗତକାଲି ବଜେଟ ଅଧିବେଶନର ପ୍ରଥମ ଦିନରେ ରାଜ୍ୟପାଳଙ୍କ ଅଭିଭାଷଣ ବେଳେ ଉଭୟ କଂଗ୍ରେସ ଓ ବିଜେପି ସଦସ୍ୟ କକ୍ଷ ତ୍ୟାଗ କରିଥିଲେ । ଧନ୍ୟବାଦ ପ୍ରସ୍ତାବ ଆଲୋଚନାବେଳେ ବିଜେପି ସଦସ୍ୟମାନେ ମଧ୍ୟ ହଟ୍ଟଗୋଳ କରିଥିଲେ । ଫଳରେ ଗୃହକୁ ଶୁକ୍ରବାର ୧୦.୩୦ ପର୍ଯ୍ୟନ୍ତ ମୁଲତବୀ କରାଯାଇଥିଲା ।