ବିଜେଡିକୁ ଶିବସେନାର ସିଧା ବିରୋଧ

ବିଜେଡିକୁ ଶିବସେନାର ସିଧା ବିରୋଧ

ବିଜେଡିକୁ ଶିବସେନାର ସିଧା ବିରୋଧ
ଭୁବନେଶ୍ୱର:ଏନଡିଏର ଅଂଶିଦାର ଶିବସେନା ଲୋକସଭା ଉପବାଚସ୍ପତି ପଦ ନେଇ ବିଜେଡିକୁ ସିଧାସଳଖ ବିରୋଧ କରୁଛି । ଶିବସେନା ମୁଖ୍ୟପାତ୍ର ସଂଜୟ ରାଉତଙ୍କ ଖୋଲାଖୋଲି ବିରୋଧ କରି କହିଛନ୍ତି ଏନଡିଏର ଆମେ ଦ୍ୱିତୀୟ ବୃହତମ ଅଂଶୀଦାର ଦଳ ରହିଛୁ । ଆମକୁ କିମ୍ବା କୌଣସି ଅଂଶୀାଦରଙ୍କୁ ଏହି ପଦବୀ ମିଳିବା ଦରକାର । ଏବେ ଚର୍ଚ୍ଚା ଚାଲିଛି ଉପବାଚସ୍ପତି ପଦ ବିଜେଡିକୁ ମିଳିବାକୁ ଯାଉଛି । ତେବେ ଏହା କିପରି ହେବ, ବିଜେଡି ତ ବିରୋଧରେ ନିର୍ବାଚନ ଲଢିଥିଲା ଯାଇଥିଲା । ବିଜେଡି ସାଂସଦ ଭର୍ତୃହରିଙ୍କୁ ଉପବାଚସ୍ପତି ପଦ ମିଳିବା ଚର୍ଚ୍ଚା ଥିଲା ବୋଲି ଶିବସେନା ମୁଖ୍ୟପାତ୍ର ସଂଜୟ ରାଉତ କହିଛନ୍ତି ।