5T ପରିଦର୍ଶନ ଏକ ପ୍ରହେଳିକା: ପ୍ରତାପ ଷଡଙ୍ଗୀ

5T ପରିଦର୍ଶନ ଏକ ପ୍ରହେଳିକା: ପ୍ରତାପ ଷଡଙ୍ଗୀ

5T ପରିଦର୍ଶନ ଏକ ପ୍ରହେଳିକା: ପ୍ରତାପ ଷଡଙ୍ଗୀ
ଭୁବନେଶ୍ୱର: ‘ମୋ ସରକାର’ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ବର୍ତ୍ତମାନ ବହୁ ସଚିବ ବିଭିନ୍ନ ସ୍ଥାନକୁ ଗସ୍ତ କରୁଛନ୍ତି । ଲୋକମାନଙ୍କୁ ଠିକଭାବେ ସରକାରୀ ସେବା ମିଳୁଛି କି ନାହିଁ ତାହାର ତଦାରଖ କରୁଛନ୍ତି । ତେବେ ରାଜ୍ୟ ସରକାରଙ୍କ ‘ ମୋ ସରକାର’ କାର୍ଯ୍ୟକ୍ରମକୁ ବିଜେପି ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ସମାଲୋଚନା କରିଛନ୍ତି । ମୋ ସରକାର ଓ ୫-ଟିକୁ ଶ୍ରୀ ଷଡ଼ଙ୍ଗୀ ସମାଲୋଚନା କରିଛନ୍ତି । ଏହାକୁ ସେ ଭାଣ୍ଡାମୀ ଓ ଲୋକଙ୍କ ସହ ଛଳନା ବୋଲି ସେ କହିଛନ୍ତି । ସେ କହିଛନ୍ତି ଯେ, ‘ମୁଁ ବାଲେଶ୍ୱର ଜିଲ୍ଲା ଅନ୍ତର୍ଗତ ବସ୍ତା ଡାକ୍ତରଖାନା ଯାଇଥିଲି । ସେଠାରେ ଡାକ୍ତର ନାହାନ୍ତି । ମାଗଣା ଔଷଧ ମଧ୍ୟ ଦିଆଯାଉନାହିଁ । ରାଜ୍ୟରେ ଆର୍ଥିକ ସ୍ଥିତି ବିପଦଜନ । କ୍ଷମତା ପାଇଁ ଲୋକ ଦେଖାଣିଆ କାର୍ଯ୍ୟକ୍ରମ କରି ଭୋଟ କିଣୁଛନ୍ତି ବୋଲି ଶ୍ରୀ ଷଡ଼ଙ୍ଗୀ କହିଛନ୍ତି । ସେହିପରି ୫-ଟି ଉପରେ ମନ୍ତବ୍ୟ ଦେଇ ସେ କହିଛନ୍ତି ଯେ, ଏଥିରେ ସମନ୍ୱୟ, ସ୍ୱଚ୍ଛତା କିମ୍ବା କୌଣସି ଟି ନାହିଁ । କୋମାରେ ରୋଗୀଙ୍କୁ ଝଟକା ଦେଲା ପରି ସରକାର ଝଟକା ଦେଉଛନ୍ତି ।