ବରୁଣ ଓ ସନ୍ଦୀପ କିଭଳି ଓ କେମିତି ସଂକ୍ରମିତ ହେଲେ ,ଏହାର କାରଣ ଜାଣନ୍ତୁ

ବରୁଣ ଓ ସନ୍ଦୀପ କିଭଳି ଓ କେମିତି ସଂକ୍ରମିତ ହେଲେ ,ଏହାର କାରଣ ଜାଣନ୍ତୁ

ବରୁଣ ଓ ସନ୍ଦୀପ କିଭଳି ଓ କେମିତି ସଂକ୍ରମିତ ହେଲେ ,ଏହାର କାରଣ ଜାଣନ୍ତୁ
ବରୁଣ ଓ ସନ୍ଦୀପ କିଭଳି ଓ କେମିତି ସଂକ୍ରମିତ ହେଲେ? ସେ ନେଇ କୌଣସି ଆନୁଷ୍ଠାନିକ ସୂଚନା ମିଳି ନଥିଲେ ମଧ୍ୟ ନିକଟରେ ନିଜ କାନ୍ଧର ସ୍କାନ କରିବା ଲାଗି ବରୁଣ ଡାକ୍ତରଖାନାକୁ ଯାଇଥିଲେ । ସେଠାରେ ମାତ୍ର କିଛି ମିନିଟ ରହିଥିଲେ । ତେବେ ସେଠାରୁ ହିଁ ସେ କରୋନା ସଂକ୍ରମିତ ହୋଇଥିବା ଅନୁମାନ କରାଯାଉଛି । ପରେ ସନ୍ଦୀପ ତାଙ୍କ ଦ୍ୱାରା ସଂକ୍ରମିତ ହୋଇଥିବା ଆଶଙ୍କା କରାଯାଉଛି । ତେବେ କେକେଆରର ଜଣେ ଅଧିକାରୀ କହିଛନ୍ତି ଯେ ବରୁଣ ଜୈବ ବଳୟ ନିୟମ ଭାଙ୍ଗି ନାହାନ୍ତି । ମାତ୍ର ୫ ମିନିଟ୍ ପାଇଁ ସେ ଡାକ୍ତରଖାନା ଯାଇଥିଲେ । ସେଠାରେ ଉପସ୍ଥିତ ସ୍ୱାସ୍ଥ୍ୟକର୍ମୀ ସମସ୍ତ ପ୍ରକାର କରୋନା ନିୟମ ବି ପାଳନ କରିଥିଲେ । ଏଣୁ ସେଠାରୁ କିଭଳି ଏବଂ କେଉଁ ପରିସ୍ଥିତିରେ ସେ ସଂକ୍ରମିତ ହେଲେ, ତାହା ଏବେ ରହସ୍ୟ ଘେରରେ । ତେବେ ଚଳିତବର୍ଷ ଜୈବ ବଳୟ ଭିତର ରହି କୌଣସି ଖେଳାଳି କରୋନା ପଜିଟିଭ ହେବାର ଏହା ପ୍ରଥମ ଘଟଣା । ପୂର୍ବରୁ ଦିଲ୍ଲୀ କ୍ୟାପିଟାଲ୍ସର ଅକ୍ଷର ପଟେଲ ଓ କେକେଆରର ନୀତୀଶ ରାଣୀ କୋଭିଡ ପଜିଟିଭ ହୋଇଥିଲେ । ତେବେ ଉଭୟଙ୍କ ରିପୋର୍ଟ ନେଗେଟିଭ ଆସିବା ପରେ ଯାଇ ସେମାନେ ନିଜ ନିଜ ଦଳର ଜୈବ ବଳୟ ଭିତରେ ପ୍ରବେଶ କରିଥିଲେ ।