ସାବାସ ଏଜାଜ ପଟେଲ, ଗୋଟିଏ ପାଳିର ୧୦ଟି ୱିକେଟ ନେଲେ

ସାବାସ ଏଜାଜ ପଟେଲ, ଗୋଟିଏ ପାଳିର ୧୦ଟି ୱିକେଟ ନେଲେ

ସାବାସ ଏଜାଜ ପଟେଲ, ଗୋଟିଏ ପାଳିର ୧୦ଟି ୱିକେଟ ନେଲେ

ମୁମ୍ବାଇ : ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚରେ ଭାରତୀୟ ବଂଶୋଦ୍ଭବ ନ୍ୟୁଜିଲାଣ୍ଡ ବୋଲର ଏଜାଜ ପଟେଲ ନୂଆ କୀର୍ତିମାନ ରଚିଛନ୍ତି  । ଗୋଟିଏ ପାଳିରେ ଏକାକୀ ୧୦ଟି ୱିକେଟ ନେଇ ରେକର୍ଡ ସୃଷ୍ଟି କରିଛନ୍ତି  । ପୂର୍ବରୁ ଭାରତୀୟ ବୋଲର ଅନୀଲ କୁମ୍ବଲେ ଗୋଟିଏ ପାଳିରେ ୧୦ ୱିକେଟ ନେଇ ଇତିହାସ ରଚିଥିଲେ  । ଫଳରେ ଭାରତୀୟ ଟିମ ପ୍ରଥମ ପାଳିରେ ୩୨୫ ରନରେ ଅଟକି ଯାଇଥିଲା  ।

ମୁମ୍ବାଇର ଯୋଗେଶ୍ୱରୀ ଇଲାକାରେ ଏବେବି ଏଜାଜଙ୍କର ଘର ରହିଛି  । ତାଙ୍କ ମା’ ଆଇୱପାରା ଏକ ସ୍କୁଲରେ ପାଠ ପଢଉଥିଲେ  । ଏଜାଜ ମଧ ବହୁଥର ୱାଙ୍ଖଡେ଼ ଷ୍ଟାଡ଼ିୟମରେ ଆଇପିଏଲ ମ୍ୟାଚ ଦେଖିଛନ୍ତି  । ଏପରି ମୁମ୍ବାଇ ଇଣ୍ଡିଆନ୍ସ ବ୍ୟାଟ୍ସମ୍ୟାନଙ୍କ ନେଟ ପ୍ରାକ୍ଟିସ ବେଳେ ସେ ବୋଲିଂ ମଧ୍ୟ କରିଥିଲେ  ।

ମୁମ୍ବାଇ ଟେଷ୍ଟର ପ୍ରଥମ ଦିନ ପଟେଲ ଶୁବମନ ଗିଲ, ଚେତେଶ୍ୱର ପୂଜାରା, ବିରାଟ କୋହଲି ଓ ଶ୍ରେୟସ ଆୟାରଙ୍କୁ ପଟେଲ ଆଉଟ କରିଥିଲେ  । ଆଜି ଅବଶିଷ୍ଟ ୱିକେଟ ନେଇଛନ୍ତି ଏଜାଜ  ।