ଆଇଏସଏଲ ଫୁଟବଲ : ନର୍ଥଇଷ୍ଟ ୟୁନାଇଟେଡ ୨- ଏଫସି ଗୋଆ ୨

ଆଇଏସଏଲ ଫୁଟବଲ : ନର୍ଥଇଷ୍ଟ ୟୁନାଇଟେଡ ୨- ଏଫସି ଗୋଆ ୨

 ଆଇଏସଏଲ ଫୁଟବଲ : ନର୍ଥଇଷ୍ଟ ୟୁନାଇଟେଡ ୨- ଏଫସି ଗୋଆ ୨
ଗୋଆ: ଚଳିତ ଆଇଏସଏଲ ଫୁଟବଲ ପ୍ରତିଯୋଗିତାରେ ଗୁରୁବାର ଖେଳାଯାଇଥିବା ନର୍ଥଇଷ୍ଟ ୟୁନାଇଟେଡ ଏଫସି ଏବଂ ଏଫସି ଗୋଆ ମ୍ୟାଚ ଅମୀମାସିଂତ ଭାବେ ଶେଷ ହୋଇଛି । ନିର୍ଦ୍ଧାରିତ ସମୟରେ ଉଭୟ ଦଳ ୨ଟି ଲେଖାଏଁ ଗୋଲ କରିବାକୁ ସକ୍ଷମ ହୋଇଥିଲେ । ନର୍ଥଇଷ୍ଟ ପକ୍ଷରୁ ଦୁଇଟି ଯାକ ଗୋଲ ଫେଡ଼ିରିକୋ ଗାଲେଜ (୪୧,୮୩ ମିନିଟ) ପେନାଲଟି ଜରିଆରେ ଦେଇଥିଲେ । ଗୋଆ ପକ୍ଷରୁ ଆଲେକଜାଣ୍ଡର ରୋମାରିଓ କେସୁରାଜ (୨୧ ମିନିଟ) ଏବଂ ଅମରଜିତ ସିଂହ (୮୦ ମିନିଟ) ଗୋଟିଏ ଲେଖାଏଁ ଗୋଲ କରିଥିଲେ । ଅମୀମାଂସିତ ମ୍ୟାଚରୁ ଗୋଟିଏ ଲେଖାଏଁ ପଏଣ୍ଟ ପାଇ ଗୋଆ (୨୨ ପଏଣ୍ଟ) ଟେବୁଲର ତୃତୀୟକୁ ଉଠିଛି । ଅନ୍ୟ ପକ୍ଷରେ ନର୍ଥ ଇଷ୍ଟ (୨୨ ପଏଣ୍ଟ) ପଞ୍ଚମ ସ୍ଥାନରେ ରହିଛି । ଉଭୟ ଗୋଆ ଓ ନର୍ଥ ଇଷ୍ଟ ୟୁନାଇଟେଡ ସମାନ ସଂଖ୍ୟକ ୧୫ ଲେଖାଏଁ ମ୍ୟାଚ ଖେଳି ୫ ବିଜୟ, ୭ ଅମୀମାସିଂତ ଓ ୩ ପରାଜୟ ପାଇଛନ୍ତି ।