ସଚିନଙ୍କୁ କ୍ଷମା ମାଗିଲା ସ୍ପାଟ୍ରନ ସ୍ପୋର୍ଟସ ଗ୍ରୁପ
ସଚିନଙ୍କୁ କ୍ଷମା ମାଗିଲା ସ୍ପାଟ୍ରନ ସ୍ପୋର୍ଟସ ଗ୍ରୁପ
admin
May 15, 2020 - 12:35
Updated: May 15, 2020 - 12:35
ମୁମ୍ବାଇ: କ୍ରିକଟେ କିମ୍ବଦନ୍ତୀ ମାଷ୍ଟରବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କୁ କ୍ରୀଡ଼ା କମ୍ପାନୀ ସ୍ପାଟ୍ରନ ସ୍ପୋର୍ଟସ ଗ୍ରୁପ ଭୁଲ ପାଇଁ କ୍ଷମା ପ୍ରାର୍ଥନା କରିଛି । କମ୍ପାନୀ ଚୁକ୍ତି ଅନୁଯାୟୀ ଅର୍ଥ ଭରଣା କରିବାରେ ବିଫଳ ହେବା ପରେ ସଚିନ ଉକ୍ତ ଅର୍ଥ ପ୍ରଦାନ ନେଇ ଫେଡେରାଲ ସର୍କିଟ କୋର୍ଟ ଅଷ୍ଟ୍ରେଲିଆରେ ମୋକଦ୍ଦମା ଦାୟର କରିଥିଲେ । ଉକ୍ତ କମ୍ପାନୀ ନିଜର ଭୁଲ ପାଇଁ ସଚିନଙ୍କୁ କ୍ଷମା ପ୍ରାର୍ଥନା କରିଛି । ଅଷ୍ଟ୍ରେଲିଆର କ୍ରୀଡ଼ା ସାମଗ୍ରୀ ଉତ୍ପାଦନକାରୀ କମ୍ପାନୀ ସ୍ପୋର୍ଟସ ଗ୍ରୁପ ସହିତ ତେନ୍ଦୁଲକର ୨୦୧୬ ରେ ଚୁକ୍ତିନାମା କରିଥିଲେ । ଚୁକ୍ତି ଅନୁଯାୟୀ ଉକ୍ତ କମ୍ପାନୀ ଆବଶ୍ୟକ ଅର୍ଥ ପ୍ରଦାନ କରିବାରେ ବିଫଳ ହେବାରୁ ସଚିନ ଅଷ୍ଟ୍ରେଲିଆର ଫେଡେରାଲ ସର୍କିଟ କୋର୍ଟରେ ୨୦୧୯ ଜୁନରେ ମୋକଦ୍ଦମା ଦାୟର କରିଥିଲେ । ବିଶ୍ୱବ୍ୟାପୀ କମ୍ପାନୀର ପ୍ରଚାର ପ୍ରସାର ପାଇଁ ସଚିନ ଚୁକ୍ତିନାମା ସ୍ୱାକ୍ଷରିତ କରିଥିଲେ । ଫଳରେ ସଚିନ କମ୍ପାନୀର ପ୍ରଚାର କରିଥିଲେ । ଚୁକ୍ତି ଅନୁଯାୟୀ କମ୍ପାନୀ ଅର୍ଥ ପ୍ରଦାନ କରିବାରେ ଖିଲାପ କରିଥିଲା । ପାଖାପାଖି ଦୁଇ ବର୍ଷ ସଚିନ କମ୍ପାନୀ ପାଇଁ ପ୍ରଚାର କରିବା ପରେ ୨୦୧୮ ସେପ୍ଟେମ୍ବର ୧୭ରେ କମ୍ପାନୀ ପକ୍ଷରୁ ଚୁକ୍ତିନାମାକୁ ରଦ୍ଦ କରାଯାଇଥିବା ନେଇ ସଚିନଙ୍କ ନିକଟକୁ ନୋଟିସ କରାଯାଇଥିଲା । କମ୍ପାନୀର ଏଭଳି କାର୍ଯ୍ୟକୁ ନେଇ ସଚିନ ଅଷ୍ଟ୍ରେଲିଆର ଫେଡେରାଲ ସର୍କିଟ କୋର୍ଟର ଦ୍ୱାରସ୍ଥ ହୋଇଥିଲେ । ସଚିନଙ୍କ ନାମକୁ ନେଇ କମ୍ପାନୀର ସଫଳତା ପରେ ହଠାତ ଚୁକ୍ତିନାମାକୁ ଓହରି ଯାଇଥିଳା । କୋର୍ଟ ଏଭଳି କାର୍ଯ୍ୟ ପାଇଁ ସଚିନକୁ କ୍ଷମା ମାଗିବା ସହିତ ବକେୟା ଅର୍ଥ ପ୍ରଦାନ ଲାଗି ଉକ୍ତି ସ୍ପାଟ୍ରନ ସ୍ପୋର୍ଟସ ଗ୍ରୁପକୁ ନିର୍ଦ୍ଦେଶ ଦେଇଥିଲେ । କମ୍ପାନୀର ସଭାପତି ଲେସ ଗାଲବ୍ରେଥ ସଚିନଙ୍କୁ କ୍ଷମା ପ୍ରାର୍ଥନା କରିଥିଲେ । ସଚିନଙ୍କ ସିଇଓ ମିରମନି ମୁଖାର୍ଜୀ କହିଛନ୍ତି ଯେ, ସଚିନ ଜଣେ କ୍ରିକେଟ କିମ୍ବଦନ୍ତୀ । ତାଙ୍କ ବିପକ୍ଷରେ କମ୍ପାନୀ ଯେଉଁ ଭଳି ଭାବେ ବ୍ୟବହାର କଲା ଓ ତାଙ୍କ ନାମକୁ ବ୍ୟବହାର କରି ଫାଇଦା ଉଠାଇଲା ତାହା ଦୁର୍ଭାଗ୍ୟଜନକ ବୋଲି ମୁଖାର୍ଜୀ କହିଛନ୍ତି । ସୂଚନା ଯୋଗ୍ୟ କ୍ରୀଡ଼ା ପ୍ରତିଷ୍ଠାନ ସ୍ପାଟ୍ରନ ଗ୍ରୁପ ଅଫ ସ୍ପୋର୍ଟସ ପକ୍ଷରୁ କମ୍ପାନୀର ପ୍ରଚାର ପ୍ରସାର ଲାଗି କାର୍ଯ୍ୟ କରିବା ନେଇ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଥିଲା । ସଚିନ ବାଏ ସ୍ପାଟ୍ରନ ନାମରେ ବ୍ରାଣ୍ଡ ସହ ପ୍ରଚାର ପ୍ରସାର କରିଥିଲେ ।