ଶ୍ରେଷ୍ଠ ୫ ବୋଲରଙ୍କ ମଧ୍ୟରେ କପିଳ ଆଗୁଆ

ଶ୍ରେଷ୍ଠ ୫ ବୋଲରଙ୍କ ମଧ୍ୟରେ କପିଳ ଆଗୁଆ

ଶ୍ରେଷ୍ଠ ୫ ବୋଲରଙ୍କ ମଧ୍ୟରେ କପିଳ ଆଗୁଆ
ନୂଆଦିଲ୍ଲୀ: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଏ ପର୍ଯ୍ୟନ୍ତ ଖେଳାଯାଇଥିବା ଟେଷ୍ଟରେ ଉଭୟ ଦଳ ପକ୍ଷରୁ ବୋଲରଙ୍କ ପ୍ରଦର୍ଶନ ଦେଖିଲେ ଶ୍ରେଷ୍ଠ ୫ ମଧ୍ୟରେ ଭାରତୀୟ କିମ୍ବଦନ୍ତୀ କପିଳ ଦେବ ଆଗରେ ରହିଛନ୍ତି । ଏହା ହିଁ ‘ଓଲଡ ଇଜ ଗୋଲଡ’ କୁ ପ୍ରମାଣିତ କରୁଛି । ଭାରତର ଏହି ମହାନ କି୍ରକେଟର ଅଷ୍ଟ୍ରେଲିଆ ବିପକ୍ଷରେ ୧୧ ମ୍ୟାଚ ଖେଳି ୫୧ ୱିକେଟ ଅକ୍ତିଆର କରିଛନ୍ତି । ଗୋଟିଏ ପାଳିରେ ତାଙ୍କର ଶ୍ରେଷ୍ଠ ପ୍ରଦର୍ଶନ ୮/୧୦୬ ରହିଥିବା ବେଳେ ହାରାହାରି ୨୪.୫୮ ରହିଛି । ଅଷ୍ଟ୍ରେଲିଆ ସ୍ପିନର ନାଥନ ଲାୟନ ତାଙ୍କ ସହ ସମାନ ସଂଖ୍ୟକ ମ୍ୟାଚ (୧୧) ଖେଳି ସମାନ ୱିକେଟ (୫୧) ଅକ୍ତିଆର କରିଥିଲେ ମଧ୍ୟ କପିଳ ହିଁ ଅଗ୍ରଣୀ ବୋଲର ରହିଛନ୍ତି । ନାଥନଙ୍କ ପାଳି ଶ୍ରେଷ୍ଠ ୭/୧୫୨ ରହିଥିବା ବେଳେ ହାରାହାରି ୩୩.୯୪ ରହିଛି ।