ପେନସନ ବୃଦ୍ଧି ଲାଗି ମୁଖ୍ୟମନ୍ତ୍ରୀଙ୍କ ଚିଠି

ପେନସନ ବୃଦ୍ଧି ଲାଗି ମୁଖ୍ୟମନ୍ତ୍ରୀଙ୍କ ଚିଠି

ପେନସନ ବୃଦ୍ଧି ଲାଗି ମୁଖ୍ୟମନ୍ତ୍ରୀଙ୍କ ଚିଠି
ଭୁବନେଶ୍ୱର: ଇପିଏଫ ପେନସନଧାରୀଙ୍କ ପେନସନ ରାଶି ବୃଦ୍ଧି ଲାଗି ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କେନ୍ଦ୍ର ଶ୍ରମ ଓ ନିୟୋଜନ ମନ୍ତ୍ରୀ ସନ୍ତୋଷ ଗଙ୍ଗୱାରଙ୍କୁ ଏନେଇ ନବୀନ ଚିଠି ଲେଖିଛନ୍ତି । ଉକ୍ତ ଚିଠିରେ ନବୀନ ଉଲ୍ଲେଖ କରିଛନ୍ତି ଯେ, ରାଜ୍ୟରେ ପ୍ରାୟ ୧ ଲକ୍ଷ ୬୨ ହଜାର ଇପିଏଫ ପେନସନଧାରୀ ଅଛନ୍ତି । ଅବସର ପରେ ସୀମିତ ଅର୍ଥ ଯୋଗୁଁ ସେମାନେ କଠିନ ପରିସ୍ଥିତିର ସାମ୍ନା କରୁଛନ୍ତି । ତେବେ ଇପିଏଫ ପେନସନଧାରୀଙ୍କ ପେନସନ ରାଶି ବୃଦ୍ଧି ଆବେଦନ ପ୍ରତି ସମ୍ବେଦନଶୀଳ ହୋଇ ବିଚାର କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ଶ୍ରମ ଓ ନିୟୋଜନ ମନ୍ତ୍ରୀ ସନ୍ତୋଷ ଗଙ୍ଗୱାରଙ୍କୁ ଲେଖିଥିବା ଚିଠିରେ ଉଲ୍ଲେଖ କରିଛନ୍ତି ।