୨୫ରୁ ମାଟ୍ରିକ ଖାତାଦେଖା ଆରମ୍ଭ

୨୫ରୁ ମାଟ୍ରିକ ଖାତାଦେଖା ଆରମ୍ଭ

୨୫ରୁ ମାଟ୍ରିକ ଖାତାଦେଖା ଆରମ୍ଭ
ଅନେକ ବିଭ୍ରାଟ ପରେ ଚଳିତବର୍ଷ ମାଟ୍ରିକ ପରୀକ୍ଷା ଶୁକ୍ରବାର ଶେଷ ହୋଇଛି। ଉତ୍ତରଖାତା ମୂଲ୍ୟାୟନ ପାଇଁ ବର୍ତ୍ତମାନ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ବନ୍ଦୋବସ୍ତ ଆରମ୍ଭ ହୋଇଥିବା ଜଣାପଡିଛି। ୨୫ରୁ ଖାତା ଦେଖା ଆରମ୍ଭ ହୋଇ ଏପ୍ରିଲ ୫ ତାରିଖରେ ସାରିବାକୁ ବୋର୍ଡ ଲକ୍ଷ୍ୟ ରଖିଛି। ତେବେ ଏବେ ଖାତା ମୂଲ୍ୟାୟନରେ ଯେମିତି କୌଣସି ତ୍ରୁଟି ନହୁଏ ତେଣୁ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସବୁ ପ୍ରକାର ବନେ୍ଦାବସ୍ତ କରାଯାଉଛି ।ପରୀକ୍ଷା ଖାତା ମୂଲ୍ୟାୟନ ପାଇଁ ବୋର୍ଡ ପକ୍ଷରୁ ମୋଟ୍‌ ୬୦ଟି କେନ୍ଦ୍ର ଖୋଲାଯାଇଛି। ଏଥିରୁ ୫୦ଟିରେ ମ୍ୟାଟ୍ରିକ୍‌ ପରୀକ୍ଷା ଓ ୧୦ଟିରେ ରାଜ୍ୟ ମୁକ୍ତ ବିଦ୍ୟାଳୟ ପରୀକ୍ଷା ଖାତା ମୂଲ୍ୟାୟନ କରାଯିବ।