ଫର୍ମାଟ ଯାହା ବି ହେଉ ଶୁଭମାନ ଗିଲ ସର୍ବଦା ଭଲ ପ୍ରର୍ଦଶନ କରିଥାନ୍ତି : ଭିଭିଏସ ଲକ୍ଷ୍ମଣ

ଫର୍ମାଟ ଯାହା ବି ହେଉ ଶୁଭମାନ ଗିଲ ସର୍ବଦା ଭଲ ପ୍ରର୍ଦଶନ କରିଥାନ୍ତି : ଭିଭିଏସ ଲକ୍ଷ୍ମଣ

ଫର୍ମାଟ ଯାହା ବି ହେଉ ଶୁଭମାନ ଗିଲ ସର୍ବଦା ଭଲ ପ୍ରର୍ଦଶନ କରିଥାନ୍ତି : ଭିଭିଏସ ଲକ୍ଷ୍ମଣ
ନୂଆଦିଲ୍ଲୀ: ଭାରତୀୟ ଯୁବ ବ୍ୟାଟସମାନ ଶୁଭମାନ ଗିଲଙ୍କ ଉପରେ ଆଗାମୀ ଦିନରେ ବହୁ ଚର୍ଚ୍ଚା ହେବ ବୋଲି ପୂର୍ବତନ ଭାରତୀୟ ଟେଷ୍ଟ ବ୍ୟାଟସମାନ ଭିଭିଏସ ଲକ୍ଷ୍ମଣ କହିଛନ୍ତି । ତାଙ୍କ କହିବା ଅନୁସାରେ, ଫର୍ମାଟ ଯାହା ବି ହେଉ ଶୁଭମାନ ଗିଲ ସର୍ବଦା ଭଲ ପ୍ରର୍ଦଶନ କରିଥାନ୍ତି । ଆଇପିଏଲ , ଭାରତ-ଏ, ଉଣେଇଶ ବର୍ଷରୁ କମ ଭାରତୀୟ ଦଳ ସବୁଠି ସେ ଉଚ୍ଚକୋଟୀର ପ୍ରଦର୍ଶନ କରିଥିବା କଥା ଲକ୍ଷ୍ମଣ କହିଛନ୍ତି । ଏହା ସହ ଗିଲ କେବଳ ଟେଷ୍ଟ କ୍ରିକେଟ ନୁହେଁ ଭାରତ ପାଇଁ ତିନୋଟି ଫର୍ମାଟରେ ଖେଳିବା ପାଇଁକି ଯୋଗ୍ୟ ଏବଂ ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜରେ ଶୁଭମାନ ଗିଲ ଭାରତୀୟ ଦଳର ଓପନର ଭାବେ ପ୍ରଥମ ପସନ୍ଦ ବୋଲି ଲକ୍ଷ୍ମଣ ମତ ଦେଇଛନ୍ତି । ଅଷ୍ଟ୍ରେଲିଆ ବିପକ୍ଷରେ ବର୍ଡର- ଗାଭାସ୍କର ଟ୍ରଫିରେ ଡେବ୍ୟୁ କରିଥିବା ଗିଲ ପ୍ରଭାବୀ ପ୍ରର୍ଦଶନ କରିଥିଲେ । ବିଶେଷ ଭାବେ ଚତୁର୍ଥ ମ୍ୟାଚରେ ସେ ୯୧ ରନର ଇଂନିସ ଖେଳି ଭାରତର ସିରିଜ ବିଜୟରେ ଏକ ଭୂମିକା ଗ୍ରହଣ କରିଥିଲେ ।