ହାଇଦ୍ରାବାଦର ପୂର୍ବତନ ଦ୍ରୁତ ବୋଲର ଅଶ୍ୱିନ ଯାଦବଙ୍କ ହୃଦଘାତରେ ପରଲୋକ

ହାଇଦ୍ରାବାଦର ପୂର୍ବତନ ଦ୍ରୁତ ବୋଲର ଅଶ୍ୱିନ ଯାଦବଙ୍କ ହୃଦଘାତରେ ପରଲୋକ

ହାଇଦ୍ରାବାଦର ପୂର୍ବତନ ଦ୍ରୁତ ବୋଲର ଅଶ୍ୱିନ ଯାଦବଙ୍କ ହୃଦଘାତରେ ପରଲୋକ
ହାଇଦ୍ରାବାଦ: ହାଇଦ୍ରାବାଦର ପୂର୍ବତନ ଦ୍ରୁତ ବୋଲର ଅଶ୍ୱିନ ଯାଦବ ଶନିବାର ହୃଦଘାତରେ ପରଲୋକ ଗମନ କରିଛନ୍ତି । ତାଙ୍କୁ ୩୩ ବର୍ଷ ହୋଇଥିଲା । ଅଶ୍ୱିନ ୧୪ ପ୍ରଥମ ଶ୍ରେଣୀ ମ୍ୟାଚ ଖେଳି ୩୪ ୱିକେଟ ଅକ୍ତିଆର କରିଥିଲେ । ୨୦୦୭ ରେ ମୋହାଲିରେ ପଞ୍ଜାବ ବିପକ୍ଷରେ ସେ ରଣଜୀ ପଦାର୍ପଣ କରିଥିଲେ । ୨୦୦୮-୦୯ ଋତରେ ଉପଲ ଷ୍ଟାଡିୟମରେ ଦିଲ୍ଲୀ ବିପକ୍ଷ ୬/୫୨ ତାଙ୍କର ଶ୍ରେଷ୍ଠ ବୋଲିଂ ଚିତ୍ର ରହିଥିଲା । ଶେଷ ରଣଜୀ ମ୍ୟାଚ ସେ ୨୦୦୯ ରେ ମୁମ୍ବାଇ ବିପକ୍ଷରେ ଖେଳିଥିଲେ । ଏହା ପରଠୁ ସେ ଷ୍ଟେଟ ବ୍ୟାଙ୍କ ଅଫ ହାଇଦ୍ରାବାଦ ପାଇଁ ଖେଳ ଜାରି ରଖିଥିଲେ । ଏବେ ଲୋକାଲ ଲିଗରେ ଭାରତୀୟ ଷ୍ଟେଟ ବ୍ୟାଙ୍କ ପକ୍ଷରୁ ଖେଳୁଥିଲେ । ହାଇଦ୍ରାବାଦ ଷ୍ଟେଟ ବ୍ୟାଙ୍କରେ ଯୋଗ ଦେବା ପୂର୍ବରୁ ସେ ଲୋକାଲ ଲିଗରେ ଏଭରଗି୍ରନ ପାଇଁ ବହୁ ବର୍ଷ ଖେଳିଥିଲେ । ଅଶ୍ୱିନ ଜଣେ ଚମକ୍ରାର ଆଉଟ ସୁଇଙ୍ଗର ବୋଲର ଥିଲେ ଏବଂ ୱିକେଟ ଦଖଲ କରୁଥିଲେ ବୋଲି ପ୍ରଶିକ୍ଷକ କିଷେନଲାଲ କହିଛନ୍ତି । ଅଶ୍ୱିନଙ୍କ ପରଲୋକ ଏକ ଦାରୁଣ ଖବର ବୋଲି ଟ୍ୱିଟ କରିଛନ୍ତି ଭାରତୀୟ ଦଳର କ୍ଷେତ୍ରରକ୍ଷଣ ପ୍ରଶିକ୍ଷକ ଆର ଶ୍ରୀଧର ।