ବିଶ୍ବ ରାଙ୍କିଂରେ ଷଷ୍ଠ ସ୍ଥାନ ଅଧିକାର କରିଛି ଭାରତୀୟ ମହିଳା ହକି ଦଳ

ବିଶ୍ବ ରାଙ୍କିଂରେ ଷଷ୍ଠ ସ୍ଥାନ ଅଧିକାର କରିଛି ଭାରତୀୟ ମହିଳା ହକି ଦଳ

ନୂଆଦିଲ୍ଲୀ: ଏସିଆନ ଚମ୍ଫିଆନ୍ସ ଟ୍ରଫିରେ ଅପରାଜେୟ ସହ ଚମ୍ଫିଆନ ହେବା ଭାରତୀୟ ମହିଳା ହକି ଦଳକୁ ମାନ୍ୟତାରେ ସଫଳତା ଆଣି ଦେଇଛି । ଭାରତୀୟ ମହିଳା ହକି ଦଳ ବିଶ୍ବ ରାଙ୍କିଂରେ ଷଷ୍ଠ ସ୍ଥାନ ଅଧିକାର କରିଛି । ଭାରତର ଏହା ସର୍ବକାଳୀନ ସର୍ବେଶ୍ରେଷ ୱାର୍ଲ୍ଡ ରାଙ୍କିଂ । ନିକଟରେ ଶେଷ ହୋଇଥିବା ଏସିଆନ ଚମ୍ପିଆନ୍ସ ଟ୍ରଫି ଓ ଏସୀଆନ ଗେମ୍ସ ପ୍ରଦର୍ଶନ ଲାଗି ଭାରତର ଏଫଆଇଏଚ୍‌ ମାନ୍ୟତାରେ ବଡ଼ ଧରଣର ଉନ୍ନତି ହୋଇଛି । ଏସିଆନ ଗେମ୍ସରେ ଭାରତ ବ୍ରୋଞ୍ଜ୍‌ ପଦକ ଜିତିଥିଲା । ଏସିଆନ୍‌ ଚମ୍ପିଆନ୍ସ ଟ୍ରଫି ଟାଇଟଲ ବିଜେତା ହୋଇଛି । ଏହା ପ୍ରଦର୍ଶନ ଆଧାରରେ ଦଳର ମାନ୍ୟତାରେ ଉନ୍ନତି ହୋଇଛି । ୨୩୬୮.୮୩ ରେଟିଂ ପଏଣ୍ଟ୍‌ ସହ ଭାରତ ଷଷ୍ଠ ସ୍ଥାନ ଅଧିକାର କରିଛି । ୩୪୨୨.୪୦ ପଏଣ୍ଟ ସହ ନେଦରଲାଣ୍ଡ ଟେବୁଲ ଟପରେ ରହିଛି । ୨୮୧୭.୭୩ ପଏଣ୍ଟ ସହ ଅଷ୍ଟ୍ରେଲିଆ ଦ୍ବିତୀୟ ଏବଂ ୨୭୬୬.୯୦ ପଏଣ୍ଟ ସହ ଆର୍ଜେଣ୍ଟିନା ତୃ଼ତୀୟ ସ୍ଥାନରେ ରହିଛି । ବେଲଜିୟମ ୨୬୦୮.୭୭ ପଏଣ୍ଟ ସହ ଚତୁର୍ଥ ସ୍ଥାନରେ ରହିଥିବା ବେଳେ ଜର୍ମାନୀ ୨୫୭୩.୭୨ ପଏଣ୍ଟ ସହ ପଞ୍ଚମ ସ୍ଥାନରେ ରହିଛି । ଭାରତୀୟ ମହିଳା ଦଳର ସଫଳତା ପାଇଁ ତାଙ୍କୁ ହକି ଇଣ୍ଡିଆ ସଭାପତି ଦିଲ୍ଲୀପ ତିର୍କୀ ଶୁଭେଚ୍ଛା ଜଣାଇଛନ୍ତି । ଟ୍ବିଟ କରି ଲେଖିଛନ୍ତି, "ଦଳର ଏହି ରାଙ୍କିଂ ପାଇଁ ଅନେକ ଶୁଭେଚ୍ଛା । ଖେଳାଳିମାନେ ସେମାନଙ୍କ ଜୀବନରେ କରିଥିବା ବଳିଦାନ ଓ କଠିନ ପରିଶ୍ରମର ଏହା ପରିଣାମ । ଆଗକୁ ଶୀର୍ଷ ୩ମଧ୍ୟରେ ସ୍ଥାନ ପାଇବାକୁ ଆମେ ଲକ୍ଷ୍ୟ ରଖିବା । ପିଟର ହର୍ବଲ ଦଳ ସହିତ ମନସ୍ତତ୍ତ୍ବବିତ ପ୍ରଶିକ୍ଷକ ଭାବେ ଯୋଗ ଦେଇଥିବାରୁ ଖେଳାଳିମାନେ ମାନସିକ ଭାବେ ସମସ୍ତ ମୁକାବିଲା ପାଇଁ ଅଧିକ ମଜଭୁତ ରହିବେ ବୋଲି ଆଶା କରାଯାଉଛି ।"