ପଶ୍ଚିମବଙ୍ଗ ଫେରନ୍ତା ୭ ଦିନ କ୍ୱାରେଣ୍ଟାଇନରେ ରହିବେ

ପଶ୍ଚିମବଙ୍ଗ ଫେରନ୍ତା ୭ ଦିନ କ୍ୱାରେଣ୍ଟାଇନରେ ରହିବେ

ପଶ୍ଚିମବଙ୍ଗ ଫେରନ୍ତା ୭ ଦିନ କ୍ୱାରେଣ୍ଟାଇନରେ ରହିବେ
ଭୁବନେଶ୍ୱର: ପଶ୍ଚିମବଙ୍ଗରୁ ଯେଉଁମାନେ ଓଡ଼ିଶା ଫେରୁଛନ୍ତି ସେମାନଙ୍କ ପାଇଁ ୧୪ ଦିନିଆ କ୍ୱାରେଣ୍ଟାଇନ ବାଧ୍ୟତାମୂଳକ କରାଯାଇଛି । ତେବେ ଯେଉଁମାନେ ଓଡ଼ିଶାକୁ ପ୍ରବେଶ କରିବାର ୪୮ ଘଣ୍ଟା ମଧ୍ୟରେ ଆରଟିପିସିଆର ଟେଷ୍ଟ କରି ନେଗେଟିଭ ସାର୍ଟିଫିକେଟ ପାଇଥିବେ କିମ୍ବା ଦୁଇ ଡୋଜ ଟିକା ନେଇଥିବେ ସେମାନଙ୍କୁ ୧୪ ଦିନ ବଦଳରେ ୭ ଦିନ କ୍ୱାରେଣ୍ଟାଇନରେ ଘରେ ରହିବାକୁ ହେବ । ଯଦି ଘରେ କ୍ୱାରେଣ୍ଟାଇନ ସୁବିଧା ନଥିବ ତେବେ ସେ ସରକାରୀ କିମ୍ବା ପେଡ କ୍ୱାରେଣ୍ଟାଇନରେ ୭ ଦିନ ରହିବେ । ଏ ସଂଶୋଧନ ସମ୍ପର୍କରେ ଏସଆରସି ସାନି ବିଜ୍ଞପ୍ତି ଜାରି କରିଛନ୍ତି । ପଶ୍ଚିମବଙ୍ଗରୁ ନୂଆ କରୋନା ଭୂତାଣୁ ମାଡ଼ି ଆସୁଛି । ଏହାକୁ ଦେଖି ବେଶ ସତର୍କ ହୋଇପଡ଼ିଛନ୍ତି ରାଜ୍ୟ ସରକାର । ପଶ୍ଚିମବଙ୍ଗରୁ ଚିହ୍ନଟ କରୋନାର ଟି୍ରପଲ ମୁ୍ୟଟାଣ୍ଟ ଭାଇରସ ଏବେ ଆତଙ୍କ ଖେଳାଇଥିବାରୁ ରାଜ୍ୟ ସରକାର ରାଜ୍ୟ ସରକାର ଏବେ ଓଡ଼ିଶା ପଶ୍ଚିମବଙ୍ଗ ସୀମା ଜଗିଛନ୍ତି ।