ପାଳ ଗଦାରେ ନିଆଁଲାଗି ଦୁଇ ଜଣ ଶିଶୁ ଜୀବନ୍ତ ଦଗ୍ଧ

ପାଳ ଗଦାରେ ନିଆଁଲାଗି ଦୁଇ ଜଣ ଶିଶୁ ଜୀବନ୍ତ ଦଗ୍ଧ

ପାଳ ଗଦାରେ ନିଆଁଲାଗି ଦୁଇ ଜଣ ଶିଶୁ ଜୀବନ୍ତ ଦଗ୍ଧ
ରାୟଗଡା: ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ଲାକରିସ ଗ୍ରାମରେ ପାଳ ଗଦାରେ ନିଆଁଲାଗି ଦୁଇ ଜଣ ଶିଶୁ ଜୀବନ୍ତ ଦଗ୍ଧ ହୋଇଛନ୍ତି। ଦୁଇ ଜଣ ଶିଶୁ ହେଲେ କୁମାରୀ ମାଝୀ(୫) ଓ ବିଦ୍ୟା ମାଝୀ(୩)। ଦୂର୍ୟ୍ୟଧନ ମାଝୀଙ୍କ ଦୁଇ ଝିଅ ପରିବା କ୍ଷେତରେ ଥିବା ପାଳଗଦା ନିକଟରେ ନିଆଁ ଲଗାଇ ଥିବା ସୂଚନା ମିଳିଛି । ହେଲେ ସେହି ସମୟରେ ହଠାତ ପାଳଗଦାରେ ନିଆଁ ଲାଗିଯାଇଥିଲା। ଫଳରେ ପିଲା ଦୁଇଟି ନିଆଁରେ ପୋଡ଼ି ହୋଇ ଯାଇଥିଲେ। ଏ ଘଟଣା ସ୍ଥଳରେ ହିଁ ଦୁଇ ଶିଶୁ ପୋଡିହୋଇ ପ୍ରାଣ ହରାଇଥିଲେ।