ରିଲିଫ୍ ଚାଉଳ ହଡପ !

ରିଲିଫ୍ ଚାଉଳ ହଡପ !

ରିଲିଫ୍ ଚାଉଳ ହଡପ !
ବାଙ୍କୀ : କଟକ ଜିଲ୍ଲାରେ ବିଙ୍କୀରେ ବାତ୍ୟା କ୍ଷତିଗ୍ରସ୍ତଙ୍କ ପାଇଁ ଆସିଥିବା ରିଲିଫ୍ ହଡପ ହୋଇଥିବା ସୂଚନା ମିଳିଛି । ବିଲିପଡା ଗାଁ ରୁ ଅଟୋରେ ଭର୍ତି ହୋଇଯାଉ ଥିବାବେଳେ ଲୋକମାନେ ଗାଡିଟିକୁ ଜବତ କରିଛନ୍ତି । ସନେ୍ଦହ କରି ସାହାଦାପଦା ଗାଁ ଛକରେ ଗାଡି ସହିତ ଗାଡିର ଡ୍ରାଇଭରଙ୍କୁ ଅଟକ ରଖିଛନ୍ତି । ଜବତ ଚାଉଳ ବସ୍ତାରେ ଓଡିଶା ଷ୍ଟେଟ୍ ସପ୍ଲାଏ କର୍ପୋରେସନ ଲେଖା ହୋଇ ରହିଛି । ଆନୁମାନିକ ୧୦ କ୍ୱିଂଟାଲ ଚାଉଳ ଜବତ ହୋଇଛି । ଅଟୋ ଡ୍ରାଇଭର ଘରେ ଅଧିକ ରିଲିଫ ଚାଉଳ ମହଜୁଦ୍ ହୋଇ ରହିଥିବା ଅଭିଯୋଗ ହୋଇଛି ।