ମେ’ ପ୍ରଥମ ସପ୍ତାହରେ ପ୍ରକାଶ ପାଇବ ମାଟ୍ରିକ ପରୀକ୍ଷା ଫଳ

ମେ’ ପ୍ରଥମ ସପ୍ତାହରେ ପ୍ରକାଶ ପାଇବ ମାଟ୍ରିକ ପରୀକ୍ଷା ଫଳ

ମେ’ ପ୍ରଥମ ସପ୍ତାହରେ ପ୍ରକାଶ ପାଇବ ମାଟ୍ରିକ ପରୀକ୍ଷା ଫଳ
ଭୁବନେଶ୍ୱର: ମେ ମାସ ପ୍ରଥମ ସପ୍ତାହରେ ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷା (ମାଟ୍ରିକ୍) ସମେତ ମଧ୍ୟମା ଓ ରାଜ୍ୟ ମୁକ୍ତ ବିଦ୍ୟାଳୟ ପରୀକ୍ଷା ଫଳ ପ୍ରକାଶ ପାଇବ। ଏଥି ପାଇଁ ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ପକ୍ଷରୁ ସମସ୍ତ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଏପ୍ରିଲ୍ ୫ତାରିଖରୁ ଖାତା ମୂଲ୍ୟାୟନ ସରିଥିଲା। ରାଜ୍ୟ ବାହାରେ ଏହାର ଯାଞ୍ଚ କରାଯାଇ କମ୍ପ୍ୟୁଟର ଫାର୍ମକୁ ପଠାଯାଇଥିଲା। ଦୀର୍ଘ ଉତ୍ତରମୂଳକ ଖାତା ମୂଲ୍ୟାୟନ ରାଜ୍ୟର ବିଭିନ୍ନ ମୂଲ୍ୟାୟନ କେନ୍ଦ୍ରରେ ଚାଲିଥିବା ବେଳେ ରାଜ୍ୟ ବାହରେ ଏକ ନିର୍ଦ୍ଦିଷ୍ଟ କମ୍ପ୍ୟୁଟର ଫାର୍ମରେ ଓଏମ୍ଆର୍ ମୂଲ୍ୟାୟନ ଚାଲିଥିଲା। ଏବେ ଚୂଡାନ୍ତ ଯାଞ୍ଚ ଚାଲିଛି। ଏବେ ବୋର୍ଡ ପରୀକ୍ଷା ନିୟନ୍ତ୍ରକ ଡକ୍ଟର ନିହାର ରଞ୍ଜନ ମହାନ୍ତି ରାଜ୍ୟ ବାହାର ଫର୍ମରେ ରହି ଚୂଡାନ୍ତ ପର‌୍ୟ୍ୟାୟ ଯାଞ୍ଚ କରୁଛନ୍ତି। ପରୀକ୍ଷା ନିୟନ୍ତ୍ରକ ଡକ୍ଟର ମହାନ୍ତି ଫେରିବା ପରେ ମାଟ୍ରିକ୍ ପରୀକ୍ଷା ଫଳ ପ୍ରକାଶନ ତାରିଖ ଘୋଷଣା କରାଯିବ।