୩୬୯ରେ ଅଷ୍ଟ୍ରେଲିଆ ଅଲଆଉଟ

୩୬୯ରେ ଅଷ୍ଟ୍ରେଲିଆ ଅଲଆଉଟ

୩୬୯ରେ ଅଷ୍ଟ୍ରେଲିଆ ଅଲଆଉଟ
ବ୍ରିସବେନ : ବ୍ରିସବେନରେ ଚାଲିଥିବା ବଡର଼୍ର ଗାଭାସ୍କର ଟ୍ରଫି ଟେଷ୍ଟ ସିରିଜର ଅନ୍ତିମ ଟେଷ୍ଟ ମ୍ୟାଚରେ ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ କରି ୩୬୯ରେ ଅଲଆଉଟ ହୋଇଯାଇଛି । ଖବର ଲେଖା ହେବାବେଳକୁ ଭାରତ ୨ ୱିକେଟ ହରାଇ ୬୨ ରନ୍ କରିଛି । ଗତକାଲି ମ୍ୟାଚ ଆରମ୍ଭ ହୋଇଥିଲା । ପ୍ରଥମ ଦିନ ଖେଳ ସୁଦ୍ଧା ଅଷ୍ଟ୍ରେଲିଆ ୨୭୪ ରନରେ ୫ଟି ୱିକେଟ ହରାଇଥିବାବେଳେ ଆଜି ୩୬୯ରେ ଅଲଆଉଟ ହୋଇଯାଇଛି । ଅଷ୍ଟ୍ରେଲିଆ ପକ୍ଷରୁ ସ୍ମିଥ ୩୬, ୱାଡେ଼ ୪୫, ଗ୍ରୀନ ୪୭, ପେନ ୫୦ ରନ କରିଛନ୍ତି । ଅପରପକ୍ଷରେ ଭାରତ ପକ୍ଷରୁ ସୁନ୍ଦର , ଠାକୁର ଓ ନଟରାଜନ ୩ଟି ଲେଖାଏଁ ୱିକେଟ ନେଇଥିବାବେଳେ ସିରାଜ ଗୋଟିଏ ୱିକେଟ ନେଇଛନ୍ତି । ତେବେ ଭାରତ ଭଲ ପ୍ରାରମ୍ଭ କରିଥିଲେବି ୨ ୱିକେଟ ହରାଇ ସାରିଛି । ରୋହିତ ଶର୍ମା ୪୪ ରନ କରିଥିବାବେଳେ ଗିଲ ୭ ରନରେ ଆଉଟ ହୋଇଛନ୍ତି । ଅପରପକ୍ଷରେ ପୂଜାର ୮ ଓ ରାହାନେ ୨ ରନରେ ନଟଆଉଟ ଅଛନ୍ତି । ବର୍ଷା ଯୋଗୁଁ ଖେଳ ବାଧାପ୍ରାପ୍ତ ହୋଇଛି । ଯାହା ଏବେ ଭାରତୀୟ ଦଳ ପାଇଁ ଚିନ୍ତାର କାରଣ ପାଲଟିଛି ।