ଭାରତ ପରାଜୟର ଏକ ଡଜନ କାରଣ : ସେଗୁଡ଼ିକ ହେଲା...

ଭାରତ ପରାଜୟର ଏକ ଡଜନ କାରଣ : ସେଗୁଡ଼ିକ ହେଲା...

ଭାରତ ପରାଜୟର ଏକ ଡଜନ କାରଣ : ସେଗୁଡ଼ିକ ହେଲା...
ଚେନ୍ନାଇରେ ଭାରତୀୟ କି୍ରକେଟ ଦଳ ଏଭଳି ଭାବେ ପରାଜିତ ହେବ ବୋଲି କେହି ଆଶା କରିନଥିଲେ । ଇଂଲଣ୍ଡ ବିଜୟ ପରେ କିନ୍ତୁ କି୍ରକେଟ ପଣ୍ଡିତମାନେ ଏହାର ଏକ ଡଜନ ସମ୍ଭାବ୍ୟ କାରଣ ବାଛିଛନ୍ତି । ସେଗୁଡ଼ିକ ହେଲା... ୧. ଚେନ୍ନାଇରେ ଭାରତ ଗୁରୁତ୍ୱପୂର୍ଣ୍ଣ ଟସ ହାରିବା । ୨. ଚେପକର ଧୀମା ହେଲେ ପରିବର୍ତ୍ତନଶୀଳ ପିଚ । ୩. ପ୍ରଥମ ପାଳିରେ ଇଂଲଣ୍ଡର ଦାୟିତ୍ୱ ସମ୍ପନ୍ନ ବ୍ୟାଟିଂ । ୪. ଇଂଲଣ୍ଡ ପ୍ରଥମ ପାଳିରେ ଭାରତୀୟ ବୋଲରଙ୍କ ଦୟନୀୟ ବୋଲିଂ ୫. ଜୋ ରୁଟଙ୍କ ପଞ୍ଚମ ଦ୍ୱିଶତକ, ୬. ପ୍ରଥମ ପାଳିରେ ଭାରତ ୨୪୧ ରନରେ ପଛୁଆ ରହିବା ୭. ଈଶାନ୍ତ ଶର୍ମାଙ୍କ ପ୍ରଭାବହୀନ ବୋଲିଂ ୮. ରୋହିତ ଶର୍ମା (୬,୧୨) ଙ୍କ ଦୁର୍ବଳ ଫର୍ମ ୯. ଅଜିଙ୍କ୍ୟ ରାହାଣେ (୧,୦) ଙ୍କ ବିଫଳତା, ୧୦. ପୁରୁଣା ଘୋଡ଼ା ଜେମସ ଆଣ୍ଡରସନଙ୍କ ଚମକ୍ରାର ବୋଲିଂ ୧୧. ଅନଭିଜ୍ଞ ଇଂଲଣ୍ଡ ସ୍ପିନରଙ୍କୁ ଭାରତୀୟ ବ୍ୟାଟରଙ୍କ ହେୟଜ୍ଞାନ ୧୨. ୱାସିଂଟନ ସୁନ୍ଦର ଓ ଶାହାବାଜ ନଦୀମଙ୍କ ୱିକେଟ ନେବା ଅକ୍ଷମତା । ଏସବୁ କାରଣ ସହ ମାତ୍ରାଧିକ ଅତିରିକ୍ତ ରନ ବ୍ୟୟ କରିବା ମଧ୍ୟ ଭାରତ ମ୍ୟାଚ ହାରିବାରେ ଆଉ ଏକ କାରଣ ବୋଲି କୁହାଯାଇପାରେ । ବିଶେଷ କରି ଭାରତୀୟ ବୋଲରମାନେ ଏହି ମ୍ୟାଚରେ ୨୭ ନୋ’ବଲ (ପ୍ରଥମ ପାଳି୨୦, ଦ୍ୱିତୀୟ ୭) ପକାଇବା ସମସ୍ତଙ୍କୁ ବିସ୍ମିତ କରିଛି ।