୧୫ ରାଜ୍ୟରେ କରୋନା ମୃତୁ୍ୟ ଶୂନ

୧୫ ରାଜ୍ୟରେ କରୋନା ମୃତୁ୍ୟ ଶୂନ

୧୫ ରାଜ୍ୟରେ କରୋନା ମୃତୁ୍ୟ ଶୂନ
ନୂଆଦିଲ୍ଲୀ: କରୋନା ସଂକ୍ରମଣ ହ୍ରାସ ପାଇବା ସହ କରୋନା ମୃତୁ୍ୟ କମିବାରେ ଲାଗିଛି । ୧୫ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ଗତ ୨୪ ଘଣ୍ଟା ମଧ୍ୟରେ କରୋନା ମୃତୁ୍ୟ ସଂଖ୍ୟା ଶୂନ ରହିଛି । ଅନ୍ୟ ପକ୍ଷରେ ୭ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ୩ ସପ୍ତାହ ହେବ ଗୋଟିଏ ବି କରୋନା ମୃତୁ୍ୟ ହୋଇନାହିଁ । ଦେଶବ୍ୟାପୀ ଗୋଟିଏ ଦିନରେ ୭୮ ଜଣଙ୍କର କରୋନାରେ ମୃତୁ୍ୟ ହୋଇଛି । ଏବେ ସୁଦ୍ଧା ଦେଶରେ ୧,୫୫,୧୫୮ ମୃତୁ୍ୟ ହେଲାଣି । ଗତ ୫ ସପ୍ତାହ ମଧ୍ୟରେ ହାରାହାରି ଦୈନିକ କରୋନା ମୃତୁ୍ୟ ୫୫ ପ୍ରତିଶତ କମିଛି । ଜାନୁଆରୀ ପ୍ରଥମ ସପ୍ତାହରେ ଦୈନିକ ହାରାହାରି ୨୧୧ ଜଣକଙ୍କର କରୋନାରେ ମୃତୁ୍ୟ ହୋଇଥିବା ବେଳେ ଏବେ ଏହି ସଂଖ୍ୟା ୯୬କୁ ହ୍ରାସ ପାଇଛି । ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୯,୧୧୦ ନୂଆ ମାମଲା ସାମ୍ନାକୁ ଆସିଛି । ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧,୦୮,୪୭,୩୦୪ କୁ ବୃଦ୍ଧି ପାଇଛି । ସର୍ବେକ୍ଷଣ ରିପୋର୍ଟ ଏହି ତଥ୍ୟ ମିଳିଛି । ଦେଶରେ ସମୁଦାୟ ୬୩,୧୦,୧୯୪ ଲୋକଙ୍କୁ ଟିକା ଦିଆଯାଇଛି । ଏମାନଙ୍କ ମଧ୍ୟରେ ୫୪,୮୨,୧୦୨ ସ୍ୱାସ୍ଥ୍ୟକର୍ମୀ ରହିଛନ୍ତି । ଉତ୍ତରପ୍ରଦେଶରେ ସର୍ବାଧିକ ୬,୭୩,୫୪୨ ଲୋକ ଟିକା ନେଇଛନ୍ତି ।