୧୦ ମାସ ପରେ ହେବ ଜେଲରେ ମୁଲାକାତ

୧୦ ମାସ ପରେ ହେବ ଜେଲରେ ମୁଲାକାତ

୧୦ ମାସ ପରେ ହେବ ଜେଲରେ ମୁଲାକାତ
ଭୁବନେଶ୍ୱର: ଜେଲ ଅନ୍ତେବାସୀ ଓ ତାଙ୍କ ପରିବାର ଲୋକଙ୍କ ପାଇଁ ଖୁସି ଖବର । ଦୀର୍ଘ ୧୦ ମାସ ପ୍ରତୀକ୍ଷାର ଅନ୍ତ ଘଟିବ । ସିଧାସଳଖ ମୁଲାକାତ ପାଇଁ ଜେଲ ନିଦେ୍ର୍ଧଶାଳୟକୁ ରାଜ୍ୟ ସରକାର ଆଜି ଅନୁମତି ପ୍ରଦାନ କରିଛନ୍ତି । ଖୁବଶୀଘ୍ର ମୁଲାକାତ ଆରମ୍ଭ ହେବ ବୋଲି ସୂଚନା ମିଳିଛି । କରୋନା ସଂକ୍ରମଣ ହାର କମୁଥିବା ବେଳେ ଟିକାକରଣ ଆରମ୍ଭ ହୋଇଥିବାରୁ ଏହି ନିଷ୍ପତ୍ତି ନିଆଯାଇଥିବା ଜଣାପଡ଼ିଛି । ଉଲ୍ଲେଖଯୋଗ୍ୟ କୋଭିଡ କଟକଣା ଲାଗୁ ହେବା ପରେ ଗତ ଏପି୍ରଲ ମାସରେ ଇ-ମୁଲାକାତ ଆରମ୍ଭ ହୋଇଥିଲା । ଭିଡିଓ କଲ ମାଧ୍ୟମରେ ଏହି ମୁଲାକାତ ଚାଲିଥିଲା । ଦୁର୍ବଳ ଇଣ୍ଟରନେଟ ଯୋଗୁଁ ଏହି ମୁଲାକାତ ସଫଳ ହୋଇପାରିନଥିଲା । କରୋନା ସଂକ୍ରମଣ ବଢ଼ିବା ପରେ ଏହି ଇ-ମୁଲାକାତ ବନ୍ଦ ହୋଇଯାଇଥିଲା । ଫଳରେ ଅନ୍ତେବାସୀ ଓ ସେମାନଙ୍କ ପରିବାର ଲୋକଙ୍କୁ ନିରାଶ ହେବାକୁ ପଡ଼ିଥିଲା । ସୂଚନା ଯୋଗ୍ୟ ରାଜ୍ୟର ପ୍ରାୟ ୮୫ ଜେଲରୁ ୪୪ ଜେଲରେ ସଂକ୍ରମଣ ବ୍ୟାପିଥିଲା ।