ସ୍ୱପ୍ନ, ସଂକଳ୍ପ ଓ ସମର୍ପଣ ହିଁ ବିଦ୍ୟାର୍ଥୀ ସଫଳତାର ସୋପାନ

ସ୍ୱପ୍ନ, ସଂକଳ୍ପ ଓ ସମର୍ପଣ ହିଁ ବିଦ୍ୟାର୍ଥୀ ସଫଳତାର ସୋପାନ

ସ୍ୱପ୍ନ, ସଂକଳ୍ପ ଓ ସମର୍ପଣ ହିଁ ବିଦ୍ୟାର୍ଥୀ ସଫଳତାର ସୋପାନ
ସମ୍ବଲପୁର : କଠିନ ପରିଶ୍ରମ ଓ ଗଭୀର ଅଧ୍ୟୟନ ପ୍ରତ୍ୟେକ ବ୍ୟକ୍ତିକୁ ସଫଳତା ଆଣିଦିଏ । ମାତ୍ର ସଫଳତାର ସ୍ୱପ୍ନ ଦେଖୁ୍ଥିବା ବିଦ୍ୟାର୍ଥୀ ଦୃଢ଼ ସଂକଳ୍ପ ସହିତ ସମର୍ପଣ ମନୋଭାବ ନେଇ ଭବିଷ୍ୟତର କାର୍ଯ୍ୟପନ୍ଥା ସ୍ଥିର କଲେ ଜୀବନର ସବୁକ୍ଷେତ୍ରରେ ସଫଳତା ପାଇପାରିବେ ବୋଲି ସମ୍ବଲପୁର ବିଶ୍ୱ ବିଦ୍ୟାଳୟରେ ଅନୁଷ୍ଠିତ ମେଧାବୀ ସମ୍ବର୍ଦ୍ଧନା ଉତ୍ସବରେ ଓଡ଼ିଆ ଅଧ୍ୟୟନ ଓ ଗବେଷଣା ସଂସ୍ଥାର କାର୍ଯ୍ୟାଧ୍ୟକ୍ଷ ସିପ୍ରା ମଲ୍ଲିକ କହିଛନ୍ତି । ଓଡ଼ିଶାର ଶିକ୍ଷାବ୍ୟବସ୍ଥାରେ ଦୀର୍ଘ ଅର୍ଦ୍ଧଶତାବ୍ଦୀ ଧରି ପ୍ରମୁଖ ଭୂମିକା ନେଇଥିବା ସମ୍ବଲପୁର ବିଶ୍ୱବିଦ୍ୟାଳୟର ମ୍ୟାନେଜମେଣ୍ଟ ବିଭାଗ ସମ୍ମିଳନୀ କକ୍ଷରେ ମେଧାବୀ ସମ୍ବର୍ଦ୍ଧନା ଉତ୍ସବ ଓଡ଼ିଶାର ଅଗ୍ରଣୀ ଗବେଷଣା ଅନୁଷ୍ଠାନ ‘ଓଡ଼ିଶା ଅଧ୍ୟୟନ ଓ ଗବେଷଣା ସଂସ୍ଥା’ ଏବଂ ‘ସମ୍ବଲପୁର ବିଶ୍ୱ ବିଦ୍ୟାଳୟ’ର ମିଳିତ ଆନୁକୁଲ୍ୟରେ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ବିଶ୍ୱ ବିଦ୍ୟାଳୟର କୁଳପତି ପ୍ରଫେସର ଦୀପକ କୁମାର ବେହେରା ୨୦୧୯ ଶିକ୍ଷାବର୍ଷରେ ଉତ୍ତୀର୍ଣ୍ଣ ହୋଇଥିବା ସମ୍ବଲପୁର ବିଶ୍ୱ ବିଦ୍ୟାଳୟର ୨୨ ଟି ବିଭାଗର ଶ୍ରେଷ୍ଠ ୭୩ ଜଣ ସ୍ନାତକ ବିଦ୍ୟାର୍ଥୀ ଓ ସେମାନଙ୍କ ଅଭିଭାବକଙ୍କୁ ପ୍ରମାଣପତ୍ର, ସ୍ୱର୍ଣ୍ଣପଦକ ଏବଂ ପୁସ୍ତକ ପ୍ରଦାନ କରି କହିଥିଲେ ଯେ ବିଦ୍ୟାର୍ଥୀଙ୍କ ଜୀବନରେ ସଫଳତା ଆସେ ବିଫଳତା ବି ଆସେ । ତେବେ ବିଫଳତାକୁ ଗୁରୁତ୍ୱ ନ ଦେଇ ଥ୍ରି ଡି ମନ୍ତ୍ରକୁ ଗୁରତ୍ୱ ଦେବା ସହ ପିତାମାତା ଓ ଗୁରୁଙ୍କୁ ସର୍ବଦା ସମ୍ମାନ ଦେବା ସର୍ବାଦୌ ଆବଶ୍ୟକ । ଡକ୍ଟର ସିପ୍ରା ମଲ୍ଲିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ କୁଳସଚିବ ଡକ୍ଟର ସଞ୍ଜିତ କୁମାର ସାହୁ, ପରୀକ୍ଷା ନିୟନ୍ତ୍ରକ ପ୍ରଫେସର ସୂର୍ଯ୍ୟନାରାୟଣ ନାୟକ, ସ୍ନାତକୋତ୍ତର ପରିଷଦ ଅଧ୍ୟକ୍ଷ ପ୍ରଫେସର ଅଶୋକ ଦାଶ, ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟର ପ୍ରାକ୍ତନ ଡିନ ପ୍ରଫେସର କାମଦେବ ଦାହୁ, ଓଡ଼ିଆ ଅଧ୍ୟୟନ ଓ ଗବେଷଣା ସଂସ୍ଥା ସଦସ୍ୟ ସଚିବ ଡକ୍ଟର ସୁବ୍ରତ କୁମାର ପୃଷ୍ଟି, ପ୍ରଫେସର ନୀରଦ ବରଣ ଖୁଣ୍ଟିଆ ଓ ଲକ୍ଷ୍ମୀନାରାୟଣ ବକ୍ସୀ ପ୍ରମୁଖ ଉପସ୍ଥିତ ବିଦ୍ୟାର୍ଥୀମାନଙ୍କୁ ସମ୍ବର୍ଦ୍ଧିତ କରିବା ସହିତ ସେମାନଙ୍କ ସଫଳ କାମନା କରିଥିଲେ ।