ରାଜ୍ୟରେ ଆଉ ୧୧ ମୁଣ୍ଡ ନେଲା କରୋନା : ମୃତ୍ୟୁ ସଂଖ୍ୟା ୫୧୪

ରାଜ୍ୟରେ ଆଉ ୧୧ ମୁଣ୍ଡ ନେଲା କରୋନା : ମୃତ୍ୟୁ ସଂଖ୍ୟା ୫୧୪

ରାଜ୍ୟରେ ଆଉ ୧୧ ମୁଣ୍ଡ ନେଲା କରୋନା : ମୃତ୍ୟୁ ସଂଖ୍ୟା ୫୧୪
ଭୁବନେଶ୍ୱର : ରାଜ୍ୟରେ ଆଜି ଆଉ ୧୧ ମୁଣ୍ଡ ନେଇଛି କରୋନା । ଏହା ସହ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୫୦୦ ଅତିକ୍ରମ କରିଛି । ମୃତକଙ୍କ ମଧ୍ୟରେ ଗଞ୍ଜାମରୁ ସର୍ବାଧିକ ୩ ଜଣ ମୃତକ ରହିଥିବା ବେଳେ ଭୁବନେଶ୍ୱରରୁ ଦୁଇ ଜଣଙ୍କ ପ୍ରାଣହାନି ଘଟିଛି । ବାଲେଶ୍ୱର, ଭଦ୍ରକ, ଜଗତସିଂହପୁର, ପୁରୀ, ରାୟଗଡା ଏବଂ ସମ୍ବଲପୁରରୁ ଜଣେ ଲେଖାଏଁ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ମୃତକଙ୍କ ମଧ୍ୟରେ ୮ଜଣ ପୁରୁଷ ରହିଥିବା ବେଳେ ୩ ଜଣ ମହିଳା ଅଛନ୍ତି । ବାଲେଶ୍ବରର ଜଣେ ୫୭ ବର୍ଷୀୟ ପୁରୁଷ ଏବଂ ଭଦ୍ରକର ଜଣେ ୫୭ ବର୍ଷୀୟ ପୁରୁଷ ପ୍ରାଣ ହରାଇଥିବା ବେଳେ ଭୁବନେଶ୍ୱରରୁ ଜଣେ ୬୨ ବର୍ଷୀୟ ପୁରୁଷ ଏବଂ ୫୭ ବର୍ଷୀୟ ମହିଳା ଅଛନ୍ତି । ଗଞ୍ଜାମର ତିନି ମୃତକଙ୍କ ମଧ୍ୟରେ ୫୬ ଏବଂ ୩୫ ବର୍ଷୀୟ ପୁରୁଷ ଓ ୬୩ ବର୍ଷୀୟ ମହିଳା ରହିଛନ୍ତି । ସହେିପରି ଜଗତସିଂହପୁରର ଜଣେ ୯୦ ବର୍ଷୀୟ ମହିଳା, ପୁରୀର ଜଣେ ୫୨ ବର୍ଷୀୟ ପୁରୁଷ, ରାୟଗଡାର ଜଣେ ୬୪ ବର୍ଷୀୟ ପୁରୁଷ ଏବଂ ସମ୍ବଲପୁରରୁ ଜଣେ ୫୮ ବର୍ଷୀୟ ମହିଳା ପ୍ରାଣ ହରାଇଛନ୍ତି ।