ଜାତୀୟ କ୍ରୀଡା ଦିବସରେ ଖେଳରତ୍ନ ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ

ଜାତୀୟ କ୍ରୀଡା ଦିବସରେ ଖେଳରତ୍ନ ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ

ଜାତୀୟ କ୍ରୀଡା ଦିବସରେ ଖେଳରତ୍ନ ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ
ନୂଆଦିଲ୍ଲୀ : ଜାତୀୟ କ୍ରୀଡା ଦିବସ ଅବସରରେ ବିଭିନ୍ନ ବର୍ଗରେ କ୍ରୀଡାବିତଙ୍କୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ସମ୍ମାନିତ କରିଥିଲେ । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ପ୍ରଥମ ଥର ପାଇଁ ଭର୍ଚୁଆଲ ସମ୍ମିଳନୀରେ ଏହି ପୁରସ୍କାର ପ୍ରଦାନ କରାଯାଇଥିଲା । ସାଇର ବିଭିନ୍ନ ସଂସ୍ଥାନରେ ଖେଳାଳି ମାନେ ଉପସ୍ଥିତ ରହି ପୁରସ୍କାର ଗ୍ରହଣ କରିଥିଲେ । ଏହି ଅବସରରେ ଖେଳରତ୍ନ ପୁରସ୍କାରରେ ମରିୟାପ୍ପନ ଥାଙ୍ଗାଭେଲୁ (ପାରା ସ୍ପୋର୍ଟସ),ରୋହିତ ଶର୍ମା (କ୍ରିକେଟ, ବିନେଶ ଫୋଗତ (ରେସଲିଂ) ,ମାନିକା ବାତ୍ରା (ଟେବୁଲ ଟେନିସ, ରାଣୀ ରାମପାଲ (ହକି) ଙ୍କୁ ସମ୍ମାନିତ କରାଯାଇଥିବା ବେଳେ ଦୂତୀ ଚାନ୍ଦଙ୍କ ସମେତ ୨୯ ଖେଳାଳିଙ୍କୁ ଅର୍ଜୁନ ଏବଂ ପ୍ରଶିକ୍ଷକଙ୍କୁ ଦ୍ରୋଣାଚାର୍ଯ୍ୟ ପୁରସ୍କାରରେ ସମ୍ମାନିତ କରାଯାଇଥିଲା । ଏହି ଭର୍ଚୁଆଲ କାର୍ଯ୍ୟକ୍ରମରେ ରାଷ୍ଟ୍ରପତିଙ୍କ ସମେତ କ୍ରୀଡା ମନ୍ତ୍ରୀ କିରଣ ରିଜିଜ୍ଜୁ ମଧ୍ୟ ଉପସ୍ଥିତ ରହିଥିଲେ ।