ବେଙ୍ଗାଲୁରରେ ପହଂଚିଲେ ମହିଳା ହକି ଦଳ

ବେଙ୍ଗାଲୁରରେ ପହଂଚିଲେ ମହିଳା ହକି ଦଳ

ବେଙ୍ଗାଲୁରରେ ପହଂଚିଲେ ମହିଳା ହକି ଦଳ
ବେଙ୍ଗାଲୁର: ସଫଳ କୋରିଆ ଗସ୍ତରୁ ଫେରି ଭାରତୀୟ ମହିଳା ହକି ଦଳ ବେଙ୍ଗାଲୁରରେ ପହଂଚି ଯାଇଛି । କୋରିଆ ଗସ୍ତରେ ଦଳ ୩ ମ୍ୟାଚ ବିଶିଷ୍ଟ ଶୃଙ୍ଖଳାକୁ ୨-୧ରେ ଜିତି ନେଇଥିଲା । ତେବେ ଲାଗଲାଗ ଦୁଇଟି ବିଜୟ ପରେ ଦଳ ଶେଷ ମ୍ୟାଚକୁ ହାରି ଯାଇଥିଲା । ଏବେ ଭାରତୀୟ ମହିଳା ହକି ଦଳର ନଜର ଜାପାନର ହିରୋସୀମାରେ ଜୁନ ୧୫ ତାରିଖରୁ ଆୟୋଜିତ ହେବାକୁ ଯାଉଥିବା ମହିଳା ସରିଜ ଫାଇନାଲସ ଉପରେ ରହିବ । ଏଥି ପାଇଁ ଆଜି ଠାରୁ ସାଇ କ୍ୟାମ୍ପସରେ ଭାରତୀୟ ଦଳର ପ୍ରସ୍ତୁତି ଶିବିର ଆରମ୍ଭ ହେବ । କୋରିଆ ଗସ୍ତରୁ ଫେରିଥିବା ଦଳ ସହ ମୋଟ ୨୬ ସାମ୍ଭବ୍ୟ ଖେଳାଳି ଜାତୀୟ ଶିବିରରେ ଯୋଗ ଦେବେ । ଏହି ଶିବିର ପାଇଁ ୨୬ ଜଣିଆ ଖେଳାଳି ତାଲିକାରେ ଓଡିଶାରୁ ୪ଜଣ ରହିଛନ୍ତି । ସେମାନେ ହେଲେ ଦୀପଗ୍ରେସ ଏକ୍କା, ସୁନୀତା ଲାକ୍ରା, ରଶ୍ମିତା ମିଞ୍ଜ, ଲିଲିମା ମିଞ୍ଜ । ଶିବିରରେ ମହିଳା ସିରିଜ ଫାଇନାଲ ପାଇଁ ଯୋଜନା ଓ ରଣନୀତି ପ୍ରସ୍ତୁତ କରାଯିବ । କାହିଁକି ଆମେ କୋରିଆରେ ଉନ୍ନତ ପ୍ରଦର୍ଶନ ଦେଇ ପାରିଲୁନି ଏବଂ ଶେଷ ମ୍ୟାଚ ହାରିବାର କାରଣ କଣ ଉପରେ ଆଲୋଚନା କରିବୁ ବୋଲି ମୁଖ୍ୟ ପ୍ରଶିକ୍ଷକ ଜୋଏର୍ଡ ମାରିନ କହିଛନ୍ତି । ମହିଳା ସିରିଜ ଫାଇନାଲସ ମଧ୍ୟ ଅଲିମ୍ପିକ ଯୋଗ୍ୟତା ପର୍ଯ୍ୟାୟ ପୂର୍ବରୁ ଗୁରୁତ୍ୱପୂର୍ଣ୍ଣ ରହିବ ।