୩୦ରେ କଂଗ୍ରେସର ସମୀକ୍ଷା ବୈଠକ

୩୦ରେ କଂଗ୍ରେସର ସମୀକ୍ଷା ବୈଠକ

୩୦ରେ କଂଗ୍ରେସର ସମୀକ୍ଷା ବୈଠକ
ଭୁବନେଶ୍ୱର: ୨୦୧୯ ସାଧାରଣ ନିର୍ବାଚନରେ ଓଡ଼ିଶାରେ କଂଗ୍ରେସ ଶୋଚନୀୟଭାବେ ପରାଜୟବରଣ କରିଛି । ଚଳିତ ନିର୍ବାଚନରେ ଭୋଟର କଂଗ୍ରେସକୁ ଭରସି ନାହାନ୍ତି । ତେବେ କାହିଁକି କଂଗ୍ରେସ ଓଡ଼ିଶାରେ ଖରାପ ପ୍ରଦର୍ଶନ କଲା । କେଉଁ କେଉଁ କାରଣ ଏଥିପାଇଁ ଦାୟୀ । ଏହାର କାରଣ ଖୋଜିବା ପାଇଁ ଆସନ୍ତା ୩୦ରେ ନିର୍ବାଚନୀ ପରବର୍ତ୍ତୀ ସମୀକ୍ଷା ବୈଠକ ବସିବ । ଏହି ବୈଠକରେ ରାଜ୍ୟ ପ୍ରଭାରୀ ଜିତେନ୍ଦ୍ର ସିଂ, ଟି.ଏସ ସିଂହଦେଓ ଯୋଗଦେବେ ବୋଲି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ସୂଚନା ଦେଇଛନ୍ତି । ଶ୍ରୀ ପଟ୍ଟନାୟକଙ୍କ ସୂଚନା ଅନୁଯାୟୀ ଏହି ସମୀକ୍ଷା ବୈଠକ ସମସ୍ତ ବିଜୟୀ ଓ ପରାଜିତ ପ୍ରାର୍ଥୀଙ୍କ ସହ ଆଲୋଚନା ହେବ । ଅପରାହ୍ଣରେ ବରିଷ୍ଠ ନେତାଙ୍କ ସହ ବିପର୍ଯ୍ୟୟର ସମୀକ୍ଷା ହେବ । କଂଗ୍ରେସକୁ ବିପର୍ଯ୍ୟୟରୁ ବାହାର କରିବା ପାଇଁ ପଦକ୍ଷେପ ନିଆଯିବ । ମୋର ଏକ ବର୍ଷର ଅନୁଭୂତି ବୈଠକରେ କହିବି ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି । ଅନ୍ୟପକ୍ଷରେ ଆସନ୍ତା ୩୦ ତାରିଖରେ କଂଗ୍ରେସର ବିଧାୟକ ଦଳ ନେତା ବି ନିର୍ବାଚନ ହେବ ବୋଲି ସେ କହିଛନ୍ତି ।