ଫିଟ୍ ହେଲେ ହିଟମ୍ୟାନ, କିନ୍ତୁ ଖେଳିବା ନେଇ ଦ୍ୱନ୍ଦରେ ବିସିସିଆଇ
ଫିଟ୍ ହେଲେ ହିଟମ୍ୟାନ, କିନ୍ତୁ ଖେଳିବା ନେଇ ଦ୍ୱନ୍ଦରେ ବିସିସିଆଇ
admin
Dec 13, 2020 - 08:03
Updated: Dec 13, 2020 - 08:03
ନୂଆଦିଲ୍ଲୀ: ଭାରତୀୟ କି୍ରକେଟର ରୋହିତ ଶର୍ମାଙ୍କୁ ଶୁକ୍ରବାର ବିସିସିଆଇ ‘କ୍ଲିନିକାଲ ଫିଟ’ ଘୋଷିତ କରିଥିଲେ ମଧ୍ୟ ଟେଷ୍ଟ ମ୍ୟାଚ ଖେଳିବା ଲାଗି ଉପଲବ୍ଧ ହେବା ପାଇଁ ତାଙ୍କ ଶାରୀରିକ ସକ୍ଷମତାର ପୁନଃ ଆକଳନ କରାଯିବ । ଶୁକ୍ରବାର ଏନସିଏରେ ଫିଟନେସ ଟେଷ୍ଟରେ ଉତ୍ତୀର୍ଣ୍ଣ ହେବା ପରେ ରୋହିତ ୧୪ ତାରିଖରେ ଅଷ୍ଟ୍ରେଲିଆ ଯିବା ନିଷ୍ପତ୍ତି ହୋଇଛି । ସେଠାରେ ୧୪ ଦିନିଆ ସଙ୍ଗରୋଧ ବିତାଇବା ପରେ ଶେଷ ଦୁଇ ଟେଷ୍ଟ ଲାଗି ଉପଲବ୍ଧ ହେବେ ବୋଲି ପୂର୍ବାନୁମାନ କରାଯାଇଛି । ତେବେ ଟେଷ୍ଟ ମ୍ୟାଚ ଖେଳିବା ସ୍ତରକୁ ଆସିବା ପୂର୍ବରୁ ରୋହିତଙ୍କୁ ପୁଣି ଏକ ଫିଟନେତସ ପରୀକ୍ଷା ତଥା ଆକଳନର ସମ୍ମୁଖୀନ ହେବାକୁ ପଡ଼ିବ । ଟିମ ଇଣ୍ଡିଆର ଡାକ୍ତରୀ ଦଳ ପୁନଃ ଆକଳନ କରିବା ପରେ ସେ ମ୍ୟାଚ ଖେଳିବାକୁ ଉପଲବ୍ଧ ହେବେ ବୋଲି କୁହାଯାଇଛି । ସଙ୍ଗରୋଧ ସମୟରେ ରୋହିତଙ୍କୁ କ’ଣ କ’ଣ କରିବାକୁ ପଡ଼ିବ ତାହାର କାର୍ଯ୍ୟ ସୂଚୀ ପ୍ରଦାନ କରାଯାଇଛି । ଏହା ପରେ ରୋହିତ ଶର୍ମା ବଡର଼୍ର ଗାଭାସ୍କର ଟ୍ରଫିରେ ଖେଳିପାରିବେ କି ନାହିଁ ତାହା ଡାକ୍ତରୀ ଦଳ ଚୂଡାନ୍ତ ନିଷ୍ପତ୍ତି ନେବେ । ଶୁକ୍ରବାର ବାଙ୍ଗାଲୋର ସ୍ଥିତ ଏନସିଏ ଡାକ୍ତରୀ ଦଳ ପକ୍ଷରୁ ଏହା କୁହାଯାଇଥିଲା ‘ରୋହିତ ଶର୍ମାଙ୍କ ଫିଟନେସକୁ ନେଇ ଆମେ ସନ୍ତୁଷ୍ଟ, କିନ୍ତୁ ତାଙ୍କୁ ଏଣ୍ଡୁରାନ୍ସ ଉପରେ କାମ ଜାରି ରଖିବାକୁ ପଡ଼ିବ । ଏନସିଏ ନିଦେ୍ର୍ଧଶକ ରାହୁଲ ଦ୍ରାବିଡ଼ କିନ୍ତୁ ନିଜ ଉପରକୁ ଦାୟିତ୍ୱ ନେଇ ରୋହିତଙ୍କୁ ଫିଟନେସ ପ୍ରମାଣ ପତ୍ର ଦେଇଥିବାରୁ ସେ ଅଷ୍ଟ୍ରେଲିଆରେ ବି ଟେଷ୍ଟ ଖେଳିପାରିବେ ବୋଲି ପ୍ରଶଂସକମାନେ ବିଶ୍ୱାସ ରଖିଛନ୍ତି ।