ନିରାଶାଜନକ ପ୍ରଦର୍ଶନ ଜାରି : ଓଡ଼ିଶା ଏଫସିର ଚତୁର୍ଥ ପରାଜୟ

ନିରାଶାଜନକ ପ୍ରଦର୍ଶନ ଜାରି : ଓଡ଼ିଶା ଏଫସିର ଚତୁର୍ଥ ପରାଜୟ

ନିରାଶାଜନକ ପ୍ରଦର୍ଶନ ଜାରି : ଓଡ଼ିଶା ଏଫସିର ଚତୁର୍ଥ ପରାଜୟ
ଭୁବନେଶ୍ୱର: ଆଇଏସଏଲ-୭ ରେ ଓଡ଼ିଶା ଏଫସିର ନିରାଶଜନକ ଅଭିଯାନ ଜାରି କରିଛି । ଏହି ଭୁବନେଶ୍ୱର ଦଳ ଶନିବାର ନିଜ ପଞ୍ଚମ ମ୍ୟାଚରୁ ଚତୁର୍ଥ ପରାଜୟ ବରଣ କରିଛି । ଘରୋଇ ଗୋଆ ଏଫସି ୧-୦ ଗୋଲରେ ଓଡ଼ିଶାକୁ ହରାଇ ପଞ୍ଚମ ମ୍ୟାଚରୁ ଦ୍ୱିତୀୟ ବିଜୟ ସହ ଚତୁର୍ଥ ସ୍ଥାନକୁ ଉନ୍ନୀତ ହୋଇଛି । ୧୧ ଦଳୀୟ ଏହି ପ୍ରତିଯୋଗିତାରେ ଷ୍ଟୁଆର୍ଟ ବକ୍ସଟରଙ୍କ ଦଳ ଦଶମ ସ୍ଥାନରେ ସଂଘର୍ଷ କରୁଛି । ଗୋଆର ବାମ୍ବୋଲିସ୍ଥିତ ଜିଏମସି ଷ୍ଟାଡିୟମରେ ଖେଳାଯାଇଥିବା ଶନିବାର ମ୍ୟାଚରେ ଏକତ୍ର ଗୋଲଟି ତାରକା ଖେଳାଳି ଆଇଗର ଆଙ୍ଗୁଲୋ ସ୍କୋର କରିଥିଲେ । ଏକ ଚମକ୍ରାର ସମନ୍ୱୟ ପରେ ଓଡ଼ିଶା ଏଫସି ଗୋଲରକ୍ଷକଙ୍କୁ ସେ ପରାସ୍ତ କରିବରାରେ କୌଣସି ତ୍ରୁଟି କରିନଥିଲେ । ପ୍ରଥମାର୍ଦ୍ଧରେ ଇନକୁ୍ୟରି (୪୫+୧ ମିନିଟ) ଟାଇମରେ ଏହି ଗୋଲଟି ସ୍କୋର ହୋଇଥିଲା । ଦ୍ୱିତୀୟାର୍ଦ୍ଧରେ ଗୋଆ ଏକାଧିକ ଗୋଲ ସୁଯୋଗ ସୃଷ୍ଟି କରିଥିଲେ ମଧ୍ୟ ଅର୍ଶଦୀପ ସିଂହଙ୍କ ନେତୃତ୍ୱରେ ଓଡ଼ିଶା ଏଫସି ଡିଫେଣ୍ଡର ପଣ୍ଡ କରିବାରେ ସକ୍ଷମ ହୋଇଥିଲେ । ଅନ୍ୟ ପକ୍ଷରେ ଓଡ଼ିଶା ଅଗ୍ରଭାଗ ଏକାଧିକ ସୁଯୋଗ ସୃଷ୍ଟି କରିଥିଲେ ମଧ୍ୟ ଗୋଲରେ ରୂପାନ୍ତର କରିପାରିନଥିଲେ । ଆହତ ଭୀନିତ ରାୟ ଏହି ମ୍ୟାଚ ଖେଳିଥିଲେ ଓ ଦ୍ୱିତୀୟାର୍ଦ୍ଧରେ ବକ୍ସଟର ତାଙ୍କୁ ବଦଳାଇଥିଲେ ।