ଆଇସିସି ଟେଷ୍ଟ ଚାମ୍ପିଅନସିପ ପଏଣ୍ଟ ନିୟମରେ ପରିବର୍ତ୍ତନ

ଆଇସିସି ଟେଷ୍ଟ ଚାମ୍ପିଅନସିପ ପଏଣ୍ଟ ନିୟମରେ ପରିବର୍ତ୍ତନ

ଆଇସିସି ଟେଷ୍ଟ ଚାମ୍ପିଅନସିପ ପଏଣ୍ଟ ନିୟମରେ ପରିବର୍ତ୍ତନ
ଦୁବାଇ: ଚଳିତ ଆଇସିସି ଟେଷ୍ଟ ଚାମ୍ପିଅନସିପର ପଏଣ୍ଟ ନିୟମରେ ପରିବର୍ତ୍ତନ କରାଯାଇଛି । ପଏଣ୍ଟର ହାରାହାରି ହିସାବ ଜରିଆରେ ଶ୍ରେଷ୍ଠ ଦୁଇ ଦଳ ଫାଇନାଲ ଖେଳିବେ । କରୋନା ଭାଇରସ ସଂକ୍ରମଣ ଯୋଗୁଁ କିଛି ସିରିଜ ବାତିଲ ହେବାରୁ ପଏଣ୍ଟ ବଦଳରେ ବିଜୟ ପ୍ରତିଶତକୁ ହିସାବକୁ ନିଆଯିବ । ସର୍ବାଧିକ ପ୍ରତିଶତ ପଏଣ୍ଟ ହାସଲ କରିଥିବା ଦୁଇ ଦଳ ଫାଇନାଲ ଖେଳିବେ । ଆଇସିସି କ୍ରିକେଟ କମିଟିର ପ୍ରସ୍ତାବକୁ କାର୍ଯ୍ୟକାରୀ କମିଟି ସ୍ୱୀକୃତି ଦେଇଛି । ଫଳରେ ପଏଣ୍ଟ ତାଲିକାରେ ଅଷ୍ଟ୍ରେଲିଆ ଶୀର୍ଷକୁ ଉନ୍ମୀତ ହୋଇଥିବା ବେଳେ ଭାରତ ଦ୍ୱିତୀୟ ସ୍ଥାନରୁ ଖସିଛି । ଭାରତ ମୋଟ ୩୬୦ ପଏଣ୍ଟ ହାସଲ କରି ପଏଣ୍ଟ ତାଲିକାର ଶୀର୍ଷସ୍ଥାନ ହାସଲ କରିଥିଲା । ଅଷ୍ଟ୍ରେଲିଆ ୨୯୬, ଇଂଲଣ୍ଡ ୨୯୨, ନୁ୍ୟଜିଲାଣ୍ଡ ୧୮୦, ପାକିସ୍ତାନ ୧୬୬, ଶ୍ରୀଲଙ୍କା ୮୦, ୱେଷ୍ଟ ଇଣ୍ଡିଜ ୪୦, ଦକ୍ଷିଣ ଆଫି୍ରକା ୨୪ ପଏଣ୍ଟ ହାସଲ କରିଛନ୍ତି । ବାଂଲାଦେଶର ପଏଣ୍ଟ ଖାତା ଖୋଲିନାହିଁ । ପରିବର୍ତ୍ତିତ ନିୟମ ଅନୁଯାୟୀ ଅଷ୍ଟ୍ରେଲିଆ ୮୨.୨ ପ୍ରତିଶତ ପଏଣ୍ଟ ହାସଲ କରିଥିବା ବେଳେ ଭାରତ ୭୫ ପ୍ରତିଶତ ପଏଣ୍ଟ ହାସଲ କରିଛି । ସେହିପରି ଇଂଲଣ୍ଡ ୬୦.୮% ପଏଣ୍ଟ, ନୁ୍ୟଜିଲାଣ୍ଡ ୫୦%, ପାକିସ୍ତାନ ୩୯.୫% ପଏଣ୍ଟ ହାସଲ କରି ଯଥାକ୍ରମେ ତୃତୀୟରୁ ପଞ୍ଚମ ସ୍ଥାନରେ ରହିଛନ୍ତି । ଅଷ୍ଟ୍ରେଲିଆର ବିଜୟ ପ୍ରତିଶତ ଅଧିକ ରହିଛି । ୩ଟି ସିରିଜର ମୋଟ ୧୦ଟି ମ୍ୟାଚରୁ ଅଷ୍ଟ୍ରେଲିଆ ୭ଟିରେ ବିଜୟ ହାସଲ କରିଥିବା ବେଳେ ଗୋଟିଏ ଟେଷ୍ଟ ଡ୍ର’ରଖିଛି । ୨ଟି ଟେଷ୍ଟରେ ଅଷ୍ଟ୍ରେଲିଆକୁ ପରାଜୟର ସାମ୍ନା କରିବାକୁ ପଡ଼ିଛି । ସେହିପରି ଭାରତ ୪ଟି ସିରିଜର ୯ଟି ମ୍ୟାଚ ଖେଳି ୭ଟିରେ ବିଜୟ ହାସଲ କରିଥିବା ବେଳେ ୨ଟି ଟେଷ୍ଟରେ ପରାଜିତ ହୋଇଛି ।