ଲିଭରପୁଲ ଜିତିଲା ଚାମ୍ପିଅନଓ ଲିଗ ଟ୍ରଫି

ଲିଭରପୁଲ ଜିତିଲା ଚାମ୍ପିଅନଓ ଲିଗ ଟ୍ରଫି

ଲିଭରପୁଲ ଜିତିଲା ଚାମ୍ପିଅନଓ ଲିଗ ଟ୍ରଫି
ମାଦ୍ରିଦ: ମହମ୍ମଦ ସଲାହା ଏବଂ ଦିଭୋକ ଓରିଗିଙ୍କ ଗୋଟିଏ ଲେଖାଏଁ ଗୋଲ ବଳରେ ଟେଟେନହାନ ହଟସ୍ପର ଦଳକୁ ୨-୦ ରେ ପରାସ୍ତ କରି ଲିଭରପୁଲ ଚାମ୍ପିଅନଓ ଲିଗ ବିଜେତା ହୋଇଛି । ଦୁଇ ଇଂଲିସ ଦଳ ମଧ୍ୟରେ ଶନିବାର ରାତିରେ ଖେଳାଯାଇଥିବା ଫାଇନାଲରେ ପ୍ରଶକ୍ଷିକ ଜୁର୍ଗେନ କ୍ଳପଙ୍କ ଲିଭରପୁଲ ଦଳ ଟ୍ରଫି ଉପରେ କବଜା କରିନେଲା । ଇଜିପ୍ଟ ଷ୍ଟ୍ରାଇକର ସଲାହା ପ୍ରଥମେ ପେନାଲଟି ଗୋଲ କରିବା ପରେ ଶେଷ ଭାଗରେ ତଥା ୮୭ ମିନିଟରେ ବଦଳ ଖେଳାଳି ଭାବେ ପଡିଆକୁ ଆସିଥିବା ଓରିଗିଙ୍କ ଗୋଲ ଲିଭରପୁଲକୁ ଏକପାଖିଆ ବିଜୟ ଭେଟି ଦେଇଥିଲା । ଏଥି ସହିତ ଗତବର୍ଷ ଫାଇନାଲରେ ରିଅଲ ମାଦ୍ରିଦ ନିକଟରୁ ହାରିବାର କଷ୍ଟକୁ ସଲାହା ଦୂର କରିପାରିଥିଲେ । ଲିଭରପୁଲ ମଧ୍ୟ ଷଷ୍ଠ ଥର ପାଇଁ ୟୁରୋପର ଏହି ସର୍ବବୃହତ ଟ୍ରଫି କରାୟତ କରିଥିଲା ।