ସିପିଏଲରେ ଭାଗ ନେବେ ଇର୍ଫାନ!

ସିପିଏଲରେ ଭାଗ ନେବେ ଇର୍ଫାନ!

ସିପିଏଲରେ ଭାଗ ନେବେ ଇର୍ଫାନ!
ସିପିଏଲରେ ଭାଗ ନେବେ ଇର୍ଫାନ! ନୂଆଦିଲ୍ଲୀ: ପୂର୍ବତନ ଭାରତୀୟ ଫାଷ୍ଟ ବୋଲର ଇଫାନ ପଠାନ କ୍ୟାରିବିୟାନ ପ୍ରିମିୟମ ଲିଗରେ ( ସିପିଏଲ) ଅଂଶଗ୍ରହଣ କରିବେ ବୋଲି ଜଣାପଡିଛି । ଆସନ୍ତା ସେପ୍ଟେମ୍ବରରେ ଆରମ୍ଭ ହେବାକୁ ଥିବା ସିପିଏଲ ଟୁର୍ଣ୍ଣାମେଂଟ ପାଇଁ ୨୦ଟି ଦେଶର ମୋଟ ୫୩୬ ଜଣ ଖେଳାଳିଙ୍କୁ ନିଲାମ ତାଲିକାଭୁକ୍ତ କରାଯାଇଛି । ଘରୋଇ ଟ୍ୱେଂଟି୨୦ ଟୁର୍ଣ୍ଣାମେଂଟରେ ଏତେ ସଂଖ୍ୟକ ଖେଳାଳିଙ୍କୁ ନିଲାମ ତାଲିକାରେ ସାମିଲ କରାଯିବାରେ ଏହା ଏକ ରେକର୍ଡ ସୃଷ୍ଟି କରିଛି । ଯଦି ଇର୍ଫାନଙ୍କୁ କୌଣସି ଫ୍ରାଂଚାଇଜି କିଣିବ, ତାହାହେଲେ ସିପିଏଲ ଖେଳିବାରେ ସେ ପ୍ରଥମେ ଭାରତୀୟ ଦେବାର ମାନ୍ୟତାଲାଭ କରିବେ । ୩୪ ବର୍ଷୀୟ ଏହି ବାମହାତି ବୋଲର ଭାରତ ପକ୍ଷରୁ ୨୯ଟି ଟେଷ୍ଟ ଓ ୧୨୦ଟି ଦିନିକିଆ ଖେଳି ଯଥାକ୍ରମେ ୧୦୦ ଓ ୧୭୩ଟି ୱିକେଟ ଅକ୍ିଆର କରିଛନ୍ତି । ଇର୍ଫାନ ୨୦୦୮ ରୁ ୨୦୧୭ ମଧ୍ୟରେ କିଙ୍ଗସ ଏକାଦଶ ପଞ୍ଜାବ,ଦିଲ୍ଲୀ,ଡେୟାରଡେଭିଲସ,ସନରାଇଜର୍ସ ହାଇଦ୍ରାବାଦ, ଚେନ୍ନାଇ ସୁପର କିଙ୍ଗସ ପୁଣେ ସୁପରଜାଏଂଟସ ଓ ଗୁଜୁରାଟ ଲାଇନ୍ସ ଭଳି ଏକାଧିକ ଆଇପିଏଲ ଫ୍ରାଂଚଇଜିକୁ ପ୍ରତିନିଧିତ୍ୱ କରି ସାରିଛନ୍ତି ।