ମୋନାକୋ ଗ୍ରାଁପ୍ରିରେ ହାମିଲଟନ ଚମ୍ପିଆନ

ମୋନାକୋ ଗ୍ରାଁପ୍ରିରେ ହାମିଲଟନ ଚମ୍ପିଆନ

ମୋନାକୋ ଗ୍ରାଁପ୍ରିରେ ହାମିଲଟନ ଚମ୍ପିଆନ
ମୋନାକୋ: ମର୍ସିଡିଜ ଡ୍ରାଇଭର ଲୁଇସ ହାମିଲଟନ ଏଠାରେ ଆୟୋଜିତ ସିଜିନର ଷଷ୍ଠ ଫର୍ମୁଲା ୱାନ ରେସ ମୋନାକୋ ଗ୍ରାଁପି୍ରରେ ଚମ୍ପିଆନ ହୋଇଛନ୍ତି । ରବିବାର ଅନୁଷ୍ଠିତ ଚୂଡାନ୍ତ ରେସରେ ହାମିଲଟନ ୩.୩୩୩ କିମି ଦୂରତ୍ୱ ବିଶିଷ୍ଟ ଟ୍ରାକକୁ ୧ ଘଂଟା ୪୩ ମିନିଟ ୨୮ .୪୩୭ ସେକେଣ୍ଡରେ ୭୮ ଥର ପରିକ୍ରମା କରି ପ୍ରଥମ ସ୍ଥାନ ଅଧିକାର କରିଥିଲେ । ଫେରାରି ଡ୍ରାଇଭର ସେବାଷ୍ଟିଆନ ଭେଟେଲ ଓ ମର୍ସିଡିଜର ଅନ୍ୟତମ ଡ୍ରାଇଭର ଭାଲତେରି ବୋତାଜଙ୍କୁ ଯଥାକ୍ରମେ ୨ୟ ଓ ୩ୟ ସ୍ଥାନରେ ସନ୍ତୁଷ୍ଟ ହେବାକୁ ପଡିଛି । ବିଶ୍ୱ ଚମ୍ପିଆନ ହାମିଲଟନ ଚଳିତ ସିଜିନରେ ଏହାକୁ ମିଶାଇ ଚାରିଟି ରେସ ଜିତିସାରଥିବାବେଳେ ବୋତାଜ ଅନ୍ୟ ଦୁଇଟିରେ ବିଜୟୀ ହୋଇଛନ୍ତି ।