ହକି ତାରକା ମାଇକେଲ କିଣ୍ଡୋଙ୍କ ପରଲୋକ

ହକି ତାରକା ମାଇକେଲ କିଣ୍ଡୋଙ୍କ ପରଲୋକ

ହକି ତାରକା ମାଇକେଲ କିଣ୍ଡୋଙ୍କ ପରଲୋକ
ଭୁବନେଶ୍ୱର:ଓଡିଶାର କିମ୍ବଦନ୍ତୀ ହକି ତାରକା ମାଇକେଲ କିଣ୍ଡୋଙ୍କ ପରଲୋକ ଘଟିଛି । ରାଉରକେଲା ଆଇଜିଏଚରେ ୭୪ ବର୍ଷ ବୟସରେ ଦେହାନ୍ତ ଘଟିଛି । ସେ ବାର୍ଦ୍ଧକ ଜନିତ ରୋଗରେ ମାସେ ହେଲା ଚିକିତ୍ସାଧୀନ ଥିଲେ । ୧୯୭୫ ବିଶ୍ୱକପ୍ ହକି ବିଜେତା ଭାରତୀୟ ଟିମର ସଦସ୍ୟ ଥିଲେ । ୧୯୭୨ ମସିହାରେ ଅଲମ୍ପିକରେ ଭାରତରୁ ପ୍ରତିନିଧିତ୍ୱ କରିଥିଲେ । ସେ ମଧ୍ୟ ଅର୍ଜୁନ ପୁରସ୍କାରରେ ସମ୍ମାନିତ ହୋଇଥିଲେ ।