ଭାରତୀୟ ବ୍ୟାଟ୍ସମ୍ୟାନଙ୍କ ଷ୍ଟ୍ରାଇକ ରେଟ

ଭାରତୀୟ ବ୍ୟାଟ୍ସମ୍ୟାନଙ୍କ ଷ୍ଟ୍ରାଇକ ରେଟ

ଭାରତୀୟ ବ୍ୟାଟ୍ସମ୍ୟାନଙ୍କ ଷ୍ଟ୍ରାଇକ ରେଟ
ବି୍ରସବେନ: ଗାଭାସ୍କର-ବଡର଼୍ର ଟ୍ରଫିର ଅନ୍ତିମ ଟେଷ୍ଟ ମ୍ୟାଚରେ ଭାରତ ବାଜିମାତ କରିଛି । ଚତୁର୍ଥ ଟେଷ୍ଟ ଜିତି ଭାରତୀୟ ଟିମ ଗାଭାସ୍କର-ବର୍ଡର ଟ୍ରଫି ହାତେଇ ନେଇଛି । ଜିତିବା ପାଇଁ ଭାରତ ଆଗରେ ୩୨୮ ରନର ଟାର୍ଗେଟ ରଖିଥିଲା ଅଷ୍ଟ୍ରେଲିଆ । ତେବେ ଓପନର ଏସ ଗିଲଙ୍କ ୯୧, ପୂଜାରାଙ୍କ ୫୬, ରିଷଭ ପନ୍ତଙ୍କ ଧମାକାଦାର ବ୍ୟାଟିଂ ୮୯ ରନ ଯୋଗୁଁ ଭାରତ ୩ ୱିକେଟରେ ବିଜୟ ହାସଲ କରିଛି । ତେବେ ବିଜୟ ହାସଲ ପାଇଁ ଭାରତୀୟ ଖେଳାଳି ୱକେଟ ଜଗି ଖେଳିବା ସହ ଷ୍ଟ୍ରାଇରେଟକୁ ମଧ୍ୟ ଧ୍ୟାନ ଦେଇଥିଲେ । ରୋହିତ ଶର୍ମା ୨୧ ବୋଲ ଖେଳି ୩୩.୩୩ ଷ୍ଟ୍ରାଇକ ରେଟ ହାରରେ ୭ ରନ କରିଥିଲେ । ସେହିପରି ଶୁଭମନ ଗିଲ ୧୪୬ ବଲ ଖେଳି ୬୨.୩୩ ଷ୍ଟ୍ରାଇକ ରେଟ ହାରରେ ୯୧ ରନ କରିଥିଲେ । ଚେତେଶ୍ୱର ପୂଜାରା ୨୧୧ ବଲ ଖେଳି ୨୬.୫୪ ଷ୍ଟ୍ରାଇକ ରେଟ ହାରରେ ୫୬ ରନ କରିଥିଲେ । ଅଜିଙ୍କିଆ ରାହେଣେ ୨୨ ବଲ ଖେଳି ୧୦୯.୦୯ ଷ୍ଟ୍ରାଇକ ରେଟ ହାରରେ ୨୪ ରନ କରିଥିଲେ । ରିଷଭ ପନ୍ତ ୧୩୮ ବଲ ଖେଳି ୬୪.୪୯ ଷ୍ଟ୍ରାଇକ ରେଟ ହାରରେ ୮୯ ରନ କରି ଅପରାଜିତ ଥିଲେ । ମୟଙ୍କ ଅଗ୍ରୱାଲ ୧୫ ବଲ ଖେଳି ୬୦.୦୦ ଷ୍ଟ୍ରାଇକ ରେଟ ହାରରେ ୯ ରନ କରିଥିଲେ । ୱାଶିଂଟନ ସୁନ୍ଦର ୨୯ ବଲ ଖେଳି ୭୫.୮୬ ଷ୍ଟ୍ରାଇକ ରେଟ ହାରରେ ୨୨ ରନ କରିଥିଲେ । ସେହିପରି ସାର୍ଦ୍ଧୁଳ ଠାକୁର ୩ ବଲ ଖେଳି ୬୬.୭୬ ଷ୍ଟ୍ରାଇକ ରେଟ ହାରରେ ୨ ରନ କରିଥିଲେ । ନବଦୀପ ସାଇନି କୌଣସି ବଲର ସମ୍ମୁଖୀନ ନହୋଇ ଅପରାଜିତ ଥିଲେ ।