ମୁଗଡାଲି ପରଟା

ମୁଗଡାଲି ପରଟା

ମୁଗଡାଲି ପରଟା
ମୁଗଡାଲି ପରଟା ସାମଗ୍ରୀ - ମୁଗଡାଲି: ୧ କପ୍ - ଅଟା: ୧ କପ - ଘିଅ: ୧ ଚାମଚ - ଲବଙ୍ଗ:୨ଟା - ଗୋଲମରିଚ: ୪ ଟା - କଳାଜିରା: ଅଧାଚାମଚ - ଯୁଆଣି: ଅଧାଚାମଚ - ଜିରା: ୧ ଚାମଚ - ହଳଦୀଗୁଣ୍ଡ: ଅଧାଚାମଚ - ଲଙ୍କାଗୁଣ୍ଡ:୧ ଚାମଚ - ପାଣି: ୨ କପ - ଲୁଣ ସ୍ୱାଦ ଅନୁସାରେ ପ୍ରଣାଳୀ: ପ୍ରଥମେ ମୁଗଡାଲିକୁ ଭଲ ଭାବେ ଧୋଇ ଏକ କପ ପାଣିରେ ଭିଜାଇ ଦିଅନ୍ତୁ । ଗ୍ୟାସ ଅନ କରି ପ୍ରେସର କୁକର ବସାନ୍ତୁ । କୁକର ଗରମ ହେଲେ ସେଥିରେ ଘିଅ ଦିଅନ୍ତୁ । ଘିଅ ହାଲକା ଗରମ ହେବା ପରେ ଲବଙ୍ଗ, ଗୋଲମରିଚ ଏବଂ ଜିରା ପକାନ୍ତୁ । ଅଳ୍ପ ଭାଜି ହୋଇଗଲା ପରେ ପୂର୍ବରୁ ଭିଜା ହୋଇଥିବା ମୁଗଡାଲି, ଲୁଣ,ହଳଦୀ ଗୁଣ୍ଡ, ଲଙ୍କାଗୁଣ୍ଡ ପାଣି ଦେଇ ଗୋଳାଇ ମଧ୍ୟମ ଆଂଚରେ ବସାଇ ଗୋଟିଏ ସିଟି ଦିଅନ୍ତୁ । ସିଝିଗଲା ପରେ ତାଙ୍କୁ କୋଟିଏ ପାତ୍ରରେ କାଢି ଭଲ ଭାବେ ଚକଟି ଦିଅନ୍ତୁ । ଅନ୍ୟ ଏକ ପାତ୍ରରେ ଏକ ଅଟା ନିଅନ୍ତୁ । ସେଥିରେ ଲୁଣ , କଳାଜିରା, ଯୁଆଣି, ଘିଅ ଏବଂ ପାଣି ଦେଇ ନରମ ଭାବେ ଦଳି ଦିଅନ୍ତୁ । ତାପରେ ତାଙ୍କୁ ଏକ ଘଂଟା ପାଇଁ ରଖିଦିଅନ୍ତୁ । ପରଟା ତିଆରି କରିବା ପାଇଁ ସମାନ ଭାବରେ ଗୁଳା କରିଦିଅନ୍ତୁ । ବେଲଣା ପେଡିରେ ଅଟା ଦେଇ ସେଇ ଗୁଳାକୁ ବେଲନ୍ତୁ । ତାପରେ ତା ଉପରେ ମୁଗଡାଲି ପୁର ଦେଇ ଭଲ ଭାବେ ବନ୍ଦ କରି ବେଲିଦିଅନ୍ତୁ । ଧ୍ୟାନ ରଖିବେ ଯେପରି ପରଟା ଫାଟି ନଯାଏ । ଗ୍ୟାସ ଅନ କରି ତାୱା ବସାନ୍ତୁ । ତାୱା ଗରମ ହେଲା ପରେ ସେଥିରେ ପରଟାକୁ ପକାଇ ଘିଅ ଦେଇ ଭଲ ଭାବେ ଦୁଇପଟକୁ ସେକିଦିଅନ୍ତୁ । ଟମାଟୋ ଓ ଚିଲି ସସ ସହ ଗରମ ଗରମ ପରଷି ଦିଅନ୍ତୁ ।